STORYMIRROR

Sunanda Mohanty

Drama Action Others

4  

Sunanda Mohanty

Drama Action Others

ବସନ୍ତ

ବସନ୍ତ

1 min
235


ଉତ୍ସଵ ଯାହା ସ୍ବର୍ଗୀୟ 

        ବସନ୍ତ ଆଣେ ଧରାରେ 

ନବଉନ୍ମାଦନା ଭରେ ମାଧୁର୍ଯ୍ୟ 

        ବସନ୍ତ କହେ କାନରେ l

       

       

ପତ୍ର ରନ୍ଦ୍ରେ ରନ୍ଦ୍ରେ ସବୁଜିମା 

ଭରିଛି ବସନ୍ତ ଧରଣୀ ବକ୍ଷେ 

ଫୁଲ ଫଳ ଋତୁ ନଈ ଓ ଝରଣା 

ହସୁଛି ମାଟିମାଆ ପୃଥିବୀ କକ୍ଷେ 


ବସନ୍ତ ଲେଖିଛି ଚିଠି 

ଫୁଲ ଫଗୁଣ କୁ ଏଠି 

ଫୁଳମତୀ ଫୁଟି ସବୁଠି 

ଫୁସୁଲାଏ ଫଗୁ ଫାଶେଟି 


ଆଧ୍ୟାତ୍ମିକ ଭରା ଉତ୍ସଵ ବସନ୍ତ 

ଶାନ୍ତି ପାଇବାକୁ ଭକ୍ତ ଆସକ୍ତ 

ସଂସ୍କୃତି ପରମ୍ପରା ଭାଇଚାରା ପବିତ୍ର 

ରାଧା କୃଷ୍ଣ ଦର୍ଶନେ ଏ ନେତ୍ର ସୁପବିତ୍ର 



ପ୍ରକୃତିର ଷଡଋତୁର ରାଣୀ 

ସୁନା ଗଉଣି ରୁପା ଛାଉଣୀ 

ଆମ୍ବବଉଳରେ ସଜାଇ ବେଣୀ 

ମନଜିଣା କଥା କହେ ବଖାଣି



ଉତ୍ସଵ ସରସ ବସନ୍ତ ରାସ 

ଯୁଗଳ ମୂର୍ତ୍ତୀଙ୍କ ହସ ଓ ବେଶ 

ଲାଖିଯାଏ ଆଖି ଭକ୍ତଙ୍କ ଶୋଷ 

ଯେତେ ଦେଖୁଥିଲେ ନୁହେଁ ଅବଶ୍ୟ


ବସନ୍ତକୁ କିଏ ଲେଖିଲା ଚିଟାଉ 

କୋଇଲି ଗାଉଛି ସ୍ୱାଗତିକା କୁହୁ 

ଆମ୍ବ ବଉଳରେ ଝରେ ସତେ ମହୁ 

କୃଷ୍ଣ ସଙ୍ଗେ ରାଧା ବାସନ୍ତୀକା ବୋହୂ 


ଉତ୍ସଵ ଭିତରେ ବସନ୍ତ ରାସ 

ରାଧା ମାଧବଙ୍କ ମାଧୁର୍ଯ୍ୟ ହସ 

ଓଲ୍ହେଇ ଆସିଛି ହୋଲିର ସ୍ପର୍ଶ 

ଦୋଳରେ ଦେଖିବା ସ୍ବର୍ଗୀୟ ବେଶ 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama