Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Drama

4.5  

Bijay Prusty

Drama

ନିଶବ୍ଦରେ ଏକା ଏକା

ନିଶବ୍ଦରେ ଏକା ଏକା

1 min
158


ତୁମେ କଣ ଭାବିଥିଲ

ଜୀବନର ଚଲାପଥରେ

ଖାଲି ଗୋଲାପର ଗାଲିଚା

ବିଛାଇ ହୋଇ ପଡିଛି ବୋଲି ?

କେମିତି ଏ କଥା ଭାବିଲ ଯେ...

ବନ୍ଧୁର ଦୁର୍ଗମ ପଥ ଦେଖି

ହତାଶ ହେଉଛ କିଆଁ ?

ଏଠି ଫୁଲର ଶେଯ ଅଛି

ଆଉ ଅଛି କଣ୍ଟାର ପାହାଡ

ନିଜ ଦୃଷ୍ଟିର ପରିସୀମା ବାହାରେ ବି

ଦୁନିଆ ଲମ୍ବିଛି ଆଗକୁ I

ଟିକିଏ ଦେଖି ଚାହିଁ ବାଟ ଚାଲିଲେ

ପାଦରେ କଣ୍ଟା ଫୁଟିବ କାହିଁକି ?

ସମସ୍ତେ ପରା ସୁଖର ସାଥି

ଫୁଲରୁ ମଧୁ ଶୋଷି ନେଇ

ନିଜ ବାଟରେ ଚାଲିଯାଏ ଭଅଁର I

ଦୁଃଖ କରୁଛ କାହିଁକି ?

ତୁମେ କଣ ଜାଣିନ,

ତୁମର ଚଲାପଥରେ

ଫୁଲ ବିଛାଇବା ପାଇଁ

କେହିଜଣେ ତପସ୍ୟା କରୁଛି I

     


Rate this content
Log in

Similar oriya poem from Drama