ବିଚ୍ଛେଦ (୧୯)ବେସୁରା
ବିଚ୍ଛେଦ (୧୯)ବେସୁରା
ବେସୁରା ମନେହୁଏ ଏବେ ହୃଦୟର ସ୍ବର
ନା ଅଛି ଛନ୍ଦ, ନା ତାର ଲୟ
ବହୁ ଦୂରେ ଜ୍ଞାତି କୁଟୁମ୍ବ ସାଙ୍ଗ ସହୋଦର
ପାଶେ ଅଛି କ୍ଷଣେ କ୍ଷଣେ ଖାଲି ମୃତ୍ୟୁ ର ଭୟ ,
ନିରୀହ ଫୁଲର ହସ ଆଉ ଶୁଭେନା
କେଉଁ ଦିଗରେ ବି ମନ ଲାଗେନା
ଫେବୃଆରୀ ର ଶୀତ ପରି
ଧିରେ ଧିରେ ଜୀବନ ସତେକି ଯାଉଛି ସରି ,
ପୁଣି ସୂର୍ଯ୍ୟ ଅସ୍ତ ହେବାର ବେଳ ହେବ
ତୃଷ୍ଣା ମେଣ୍ଟାଇବା ପାଇଁ କେ ଜଳ ଦେବ !
ମୋ ଛାତିରେ ତ କଂପନ ଥିବ
ସଂଜ ଗଡ଼ିଗଲେ ଅନ୍ଧାର ର ହିଁ ରାଜୁତି ହେବ ,
ସତରେ ସବୁ ମିଛ ଏ ଦୁନିଆରେ
ଆଲୋକ ପଡେନା କେବେ ନିବୁଜ ଘରେ,
ସୁନ୍ଦର ଅମରାବତୀ ସୁନାର ସଂସାର
ଏ କଥା ସବୁ ପଢିବାକୁ ଭଲଲାଗେ କାବ୍ୟକବିତାରେ
ତଥାପି ଓଠ ଦୁଇ ଧାରେ ହସ ନେଇ
ଜୀଇଁ ବାକୁ ହୁଏ ସମୟକୁ ଚାହିଁ
ଇଛା ଅନିଚ୍ଛା ସ୍ବତ୍ତେ ସୀମାବଦ୍ଧ ଇଲାକାରେ
ନିଃଶ୍ବାସ କୁ ଶେଷ ଯାଏ ବୁଝିବା ପାଇଁ ....... !