ସନ୍ଦେହ
ସନ୍ଦେହ
ସନ୍ଦେହ
ଦୁନିଆ କହୁଛି
ସନ୍ଦେହ କାଳେ ପ୍ରେମ ଇତିହାସର ଏକ କଳଙ୍କିତ ଫର୍ଦ୍ଦ
ଯେଉଁ ଫର୍ଦ୍ଦର ପ୍ରତିଟି ଶବ୍ଦ ଅବିଶ୍ୱାସର ଚକ୍ରବ୍ୟୁହରେ ସୀମିତ,
ଯେଉଁ ଚକ୍ରବ୍ୟୁହର ଜଟିଳ ଯନ୍ତାରୁ ନଥାଏ ନିସ୍ତାର
ଆଉ ପିଇବାକୁ ହୁଏ ବିରହ ଯନ୍ତ୍ରଣାର ବୁନ୍ଦା ବୁନ୍ଦା ଯହର
ଓ
ଜଳେ ଖାଲି ହୁତ ହୁତ ନିଆଁ ସନ୍ଧେହ ଓ ଦ୍ବନ୍ଦର
ଆଉ ସନ୍ଧେହର ସେହି ଡହ ଡହ ତତଲା ନିଆଁରେ ଜଳିଯାଏ
ପ୍ରେମ , ବିଶ୍ୱାସ ଓ ଭଲପାଇବାର ସମ୍ପୂର୍ଣ ଅଧିକାର ।
ଆହୁରି କହନ୍ତି
ସନ୍ଧେହ ଏମିତି ଏକ ବିଘ୍ନ ଯାହା ପବିତ୍ର ପ୍ରେମରେ ବାଧା ସୃଷ୍ଟି କରେ
ହୃଦୟରେ କୋହଭରା ଏକ ନିରବ ବିରହ ଝଡ଼ ସୃଷ୍ଟି କରେ
ନିବିଡ଼ ଭଲପାଇବାର ନିର୍ଜନ ମନଗହନରେ
ଏକ ବୁକୁଫଟା ଗର୍ଜନ ସୃଷ୍ଟି କରେ
ଠିକ ସମୁଦ୍ରର ଉତାଳ ଢେଉ ପରି ।
କିନ୍ତୁ ମୁଁ ତ କହିବି ବିପରୀତ
ମୋ ମତରେ ପ୍ରେମର ପରିଭାଷା ଓ ସନ୍ଦେହର ସଂଜ୍ଞା ଭିନ୍ନ ଏକ ବର୍ଣ୍ଣନା
ଯାହାର ବ୍ୟାଖ୍ୟା ଏକ ସଜଡ଼ାକୁ ଉଜାଡ଼ି ଦିଏ ସତ
କିନ୍ତୁ ଛଳନା ଇ ପ୍ରତାରଣାର ବିରହ ଯନ୍ତ୍ରଣାରେ ଜଳିବା ଆଗରୁ,
ପ୍ରେମକୁ ବୁଝାଇ ଦିଏ
ପ୍ରିୟାର ମରୀଚିକା ଭଲପାଇବାର ବସ
ପ୍ରେମକୁ କଳଙ୍କିତ କାଳୀମାରେ ବୋଳିବା ଆଗରୁ
ପ୍ରେମକୁ ସୁଧାରିବା ଶିଖାଇଦିଏ ।
ସମ୍ପୂର୍ଣ୍ଣ ଭାବରେ ସନ୍ଦେହ କାମନାର ମୋହରେ ବୁଡି ରହିଥିବା ପ୍ରେମକୁ
କଳଙ୍କିତ ଇତିହାସ ପୃଷ୍ଠାରୁ ମୁକ୍ତି ଦିଏ,
ବାସ୍ତବ ତ ଏହା କି ଯେଉଁଠି ସନ୍ଦେହ ନାହିଁ
ସେଠି ପ୍ରେମ ହି ନାହିଁ
ଆଉ ଯେଉଁଠି ସନ୍ଦେହ ଅଛି
ସେଠି ହଜାରେ ଗୁଣରେ ପ୍ରେମ ନିହିତ ଅଛି
ଏଇତ ଅସଲି ପ୍ରେମ......!!