STORYMIRROR

Kabiratna Nutan Kumar Behera

Drama Action Classics

4  

Kabiratna Nutan Kumar Behera

Drama Action Classics

ଯା' ଦେବୀ ସର୍ବଭୂତେଷୁ

ଯା' ଦେବୀ ସର୍ବଭୂତେଷୁ

1 min
285


ଆଦିଶକ୍ତି ମହାମୟା ନାହିଁ ତାଙ୍କର ଆଦି ଅନ୍ତ

ଜଗତ ଜନନୀ ମାଆ ମଙ୍ଗଳକାରିଣୀ

ବ୍ରହ୍ମା ବିଷ୍ଣୁ ମହେଶ୍ଵରଙ୍କର ତେଜରୁ ସମ୍ଭୁତା

ଯୁଗେ ଯୁଗେ ବିଶ୍ବ ବ୍ରହ୍ମାଣ୍ଡର କଲ୍ୟାଣକାରିଣୀ

ପୁରୁଷଶକ୍ତି ହୁଏ ଯେବେ ବ୍ୟର୍ଥ କି ପରାସ୍ତ

ମାତୃଶକ୍ତି ରୂପେ ଦେବୀ ମାତା ହୁଅନ୍ତି ଆବିର୍ଭୁତା

ଅଧର୍ମୀ ପାପୀ ରାକ୍ଷସମାନଙ୍କୁ ସ୍ବୟଂ ସଂହାରି

ସାଧୁସନ୍ଥ ପାଳି ଧର୍ମ ରଖି ହୁଅନ୍ତି ଅପରାଜିତା

ମାଆ ଆଦ୍ୟାଶକ୍ତି ଯୋଗମାୟା ଦେବୀ ଦୁର୍ଗା

ମହା ମହା ବିପତ୍ତିର ତାରଣେ ସେ ସୁଯୋଗ୍ୟା

ତାଙ୍କଠାରେ ପରାସ୍ତ ହୋଇଥାନ୍ତି ମହାପରାକ୍ରମୀ

ସୃଜନେ ମହାସରସ୍ଵତୀ ପାଳନେ ମହାଲକ୍ଷ୍ମୀ

ଦିବ୍ୟରୂପ ଧାରିଣେ ହୋଇଥାନ୍ତି ଅଷ୍ଟଭୁଜା

ସଂହାର କାଳରେ ହୁଅନ୍ତି ମହାକାଳୀ ଦଶଭୁଜା

ହୋଇ ଥିଲେ ହେଁ ଦେବୀ ସହସ୍ର ଭୁଜା

ଅଷ୍ଟାଦଶ ଭୁଜା ରୂପରେ ସଦା ହୁଅନ୍ତି ପୂଜ୍ୟା

ବ୍ରହ୍ମଶକ୍ତି ହିଁ ଚଣ୍ଡି ସେ ଅନନ୍ତ ଶକ୍ତି ସ୍ଵରୂପିଣୀ

ନାରୀ ହୃଦୟର ଅନ୍ତର୍ନିହିତ ଶକ୍ତି ଜ୍ୟୋତି

ସେ ସ୍ନେହମୟୀ ମମତାମୟୀ ରକ୍ଷାକାରିଣୀ

ତାଙ୍କ ଉତ୍ସାହ ପ୍ରେରଣାରେ ଜୀବନର ପ୍ରଗତି

ଦ୍ବାପର ଯୁଗରେ କଂସରାଜା ଥିଲା ଅତ୍ୟାଚାରୀ

ରୋହିଣୀ ଗର୍ଭେ ଜନ୍ମିଲେ ତା ବିନାଶର ସୂତ୍ରଧରି

ବିଜୁଳି କନ୍ୟା ରୂପେ କୃଷ୍ଣଙ୍କୁ ଦେଲେ ସହାୟତା

କଂସ ନିଧନେ ମାତା ଦେଲେ ପଥ ପ୍ରଦର୍ଶନ କରି

ତ୍ରେତୟାରେ ସୀତାଦେବୀ ଚଣ୍ଡିଙ୍କୁ କରି ସ୍ମରଣ

ପୁଷ୍ପଧନୁ ଆଣି ତାଙ୍କଠୁ ଶ୍ରୀରାମଙ୍କୁ କଲେ ଅର୍ପଣ

ସେ ଧନୁ ତେଜେ ଗୁଣେ ନିବୀର୍ଯ୍ୟ ହେଲା ରାବଣ

ଯା' ସ୍ବର୍ଣ୍ଣଲଙ୍କା ଧ୍ଵଂସକରି ହେଲା ତା ମୃତ୍ୟୁର କାରଣ

ଦୁର୍ଗ ଅସୁରକୁ ମାରି ସେ ଘେନିଲେ ଦୁର୍ଗା ନାମ 

ମହିଷାସୁରକୁ ମାରି ହେଲେ ମହିଷମର୍ଦ୍ଧନୀ

ଯୁଗେ ଯୁଗେ ମାତା ଅଛନ୍ତି ଜଗତ କଲ୍ୟାଣେ

ସେ କଲ୍ୟାଣକାରିଣୀ ଅଭୟଦାୟିନୀ ତାରିଣୀ

ପ୍ରାଣ ଶକ୍ତି ରୂପରେ ଦେବୀ ଅଛନ୍ତି ସର୍ବଭୂତେ

ହୃଦେ ଆଣନ୍ତି ଜାଗରଣ ସାରା ଜଗତର ହିତେ

ଅନ୍ତରରୁ ନାଶି ପାରେ ଯିଏ ଆସୁରିକ କୁପ୍ରବୃତ୍ତି

ବାଧା ବିଘ୍ନରୁ ମୁକୁଳି ଯାଇ ଲଭିଥାଏ ଶାନ୍ତି ତୃପ୍ତି।

    


Rate this content
Log in

Similar oriya poem from Drama