STORYMIRROR

Kalpana Satpathy

Abstract Drama Classics

4  

Kalpana Satpathy

Abstract Drama Classics

ଗୋଟେ କପ୍ ରେ ଶେଷ

ଗୋଟେ କପ୍ ରେ ଶେଷ

1 min
303

ଅଦିନିଆ ଝଡ଼ ବର୍ଷା ଆସି ଗଲା

ଆକାଶ ର ବିଜୁଳି ଚମକ ଓ

ଘଡଘଡି ର ତାଣ୍ଡବ କୁ ଏଡ଼ାଇ

ସରି ନଥିଲା ଵାବୁଙ୍କର ଗୋଟେ କପ କଫି

ଟଳି ପଡ଼ିଥିଲେ ବାବୁ ଜଣକ ସବୁ ଦୁଃଖ ସହି।

କଥାରେ ତାଙ୍କର ଥିଲା କେତେ ମହକ

ଭାବି ଦେଲେ ଘୁରି ଯାଏ ମଥା

ମଣିଷ କ'ଣ ଏଇ ଦୁଇ ଦିନିଆ ର ଅତିଥି

ଗୋଟେ କଫି କପ୍ ରେ ରହିଗଲା ଅଧା।

ଘଡିଏ ନିମିଷେ ପ୍ରାଣ ଥାଇ ଏତେ ସବୁ

ଉଚ୍ଚ ମାନର ଠୋସ ଠାସ କଥା 

ମଣିଷ ଜୀବନ ଯେମିତି ଦୁଇ ଟୋପା ଜଳ ବୁନ୍ଦା

ଆତ୍ମା କେବେ ମରେ ନାହିଁ ଜାଣି ସୁଦ୍ଧା

ବୁଝେ ନାହିଁ ମନ ଜମା ଆମେ ତ

ନିୟତି ର ନିୟମ ରେ ବନ୍ଧା।

ପର ହେଲେ ବି ନିଜର ଲାଗନ୍ତି ସିଏ

କଥାରେ ଥାଏ ତାଙ୍କର ଯାଦୁ

ସବୁ ବେଳେ ସେ ସାମ୍ନାରେ ଦିଶନ୍ତି

ଗୋଟିଏ କଫି କି ଚା କପ ଦେଖୁ ଦେଖୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract