ଅଭୟା
ଅଭୟା
ଦୁର୍ଗତି ନାଶିନୀ ଅଭୟା
ହିମାଦ୍ରି ତନୟା ଅବୁଝା ତୋ ମାୟା
ସର୍ବ ଗୁଣେ ମହନୀୟା, ଦୁର୍ଗତି ନାଶିନୀ ଅଭୟା ।।
ଯେବେ ଦେବୀ ପୂଜା ଶାରଦୀୟ ବାଜା
ମହୁରୀ ବିତାନେ ଅୟି ମା ବିରଜା
ଯୋଗମାୟା ଦଶ ଭୁଜା
ଅଯାଚିତେ ବାଣ୍ଟେ ଦୟା, ଦୁର୍ଗତି ନାଶିନୀ ଅଭୟା ।।
ଋତୁ ମଧ୍ୟେ ପୂଣ୍ୟ ଶରତ ଲଗନ
ଶାରଦୀୟ ଜହ୍ନ ଅତି ମନୋରମ
ପବିତ୍ର ସକଳ ଭୂବନ
ବିଜେ ଶମ୍ଭୁ ପ୍ରାଣ ପ୍ରିୟା, ଦୁର୍ଗତି ନାଶିନୀ ଅଭୟା ।।
ଅସହାୟ ପଣେ ଦେବତା ସକଳେ
ଶରଣ ପଶିଲେ ତୋ ଚରଣ ତଳେ
ଆରତେ ଆତୁରେ ଡାକିଲେ
କର ଆସି କ୍ଷଣେ ଦୟା, ଦୁର୍ଗତି ନାଶିନୀ ଅଭୟା ।।
ରାକ୍ଷସ ମହିଷା ଅତ୍ୟାଚାର କରେ
ତା କବଳୁ ରଖ ଭବାନୀ ତୁ ବାରେ
ଆଉ କେ ନାହିଁ ସଂସାରେ
ବିସ୍ତାର ତୁ ଦେବୀ ମାୟା, ଦୁର୍ଗତି ନାଶିନୀ ଅଭୟା ।।
ଗଣେଶ ଜନନୀ ସାର୍ଦ୍ଦୁଳ ବାହିନୀ
ଶଂଖ ଚକ୍ର ଧରା ତ୍ରଲୋକ୍ୟ ଜନନୀ
ରକ୍ଷାତୁ କର ଏ ଅବନୀ
କବି ପ୍ରଫୁଲ୍ଲର ବନ୍ଦନୀୟା, ଦୁର୍ଗତି ନାଶିନୀ ଅଭୟା ।।