STORYMIRROR

Kabiratna Nutan Kumar Behera

Drama Action Classics

4  

Kabiratna Nutan Kumar Behera

Drama Action Classics

ସର୍ବେ ଭବନ୍ତୁ ସୁଖିନଃ

ସର୍ବେ ଭବନ୍ତୁ ସୁଖିନଃ

1 min
280

ସୃଷ୍ଟିରେ ଈଶ୍ଵର ଦୟାର ସାଗର

  ଅଶେଷ ତାଙ୍କର ମହିମା

ପ୍ରକୃତିରେ ଭରି ଦେଇଛନ୍ତି ଶିରୀ

  ଭାବି ହୁଏନା ତାର ସୀମା,

      ଏକରୁ ଏକ

   ଅଟନ୍ତି ଅତୁଲ ଅନନ୍ୟ

ବ୍ୟାପିଛି ପୃଥିବୀରୁ ଆକାଶ ଯାଏଁ

  ଯା' ଲାଗି ଏ ସଂସାର ଧନ୍ୟ।


ଆକାଶରେ ଥାଇ ସୂର୍ଯ୍ୟ ଚନ୍ଦ୍ର ତାରା

  ବରଷାନ୍ତି ଆଲୋକ ଧାରା

ଦିବସେ କର୍ମ କରି ରାତ୍ରେ ବିଶ୍ରାମ

  ନେଇଥାନ୍ତି ଜଗତ ସାରା,

     କ୍ଳାନ୍ତି ଦୂରେଇ

  ନବ ତେଜ ପାନ୍ତି ସକଳେ

ଜୀବନେ ସୁଖ ଶାନ୍ତି ଆଣି ବହୁତ

   ସଭିଏଁ ରୁହନ୍ତି ମଙ୍ଗଳେ।


ପର୍ବତ ଶିଖରରୁ ଝରଣା ଝରି

 ଦାନ କରେ ତୃଷାର୍ତ୍ତେ ଜଳ

ତରୁଲତା ଡାଳେ ଫୁଲ ଫଳ ଧରି

  ଖାଦ୍ୟ ଯୋଗାନ୍ତି କାଳ କାଳ,

     ସେବାରେ ରହି

  କ୍ଷୁଧା ତୃଷା କରନ୍ତି ଦୂର

ବିଧି ବିଧାନ ସୁନ୍ଦର ଅନୁପମ 

 କ୍ରମରେ ଚାଲେ ନିରନ୍ତର।


ସଂପର୍କର ଡୋରେ ବନ୍ଧା ଏ ଦୁନିଆଁ

    ଚାଲିଛି ଭାବ ବିନିମୟ

ସ୍ବଚ୍ଛ ମନେ ପ୍ରାଣେ ପାଉଥିଲେ ଭଲ

    ସଂସାର ହୁଏ ମଧୁମୟ,

       ଭାବର ଭବ

   ଶ୍ରମ ସାଧନାରେ ପୂରଣ

କରି ହୁଏ ହୃଦୟର ଅଭିଳାଷ

   ସଫଳ ହୁଅଇ ଜୀବନ।


"ସର୍ବେ ଭବନ୍ତୁ ସୁଖିନଃ"ର ଶୁଭେଚ୍ଛା

    କରିଥାଏ ଶୁଦ୍ଧ ପବିତ୍ର

ଏକ ବ୍ରହ୍ମ ଅଟଇ ସାରା ବ୍ରହ୍ମାଣ୍ଡ

   ମହାମନ୍ତ୍ରର ମୂଳ ସୂତ୍ର,

     ଦିଏ ପ୍ରେରଣା

   ଅନ୍ତରେ ଅନନ୍ତ ଦର୍ଶନ

ଧ୍ୟାନ ଧାରଣା ସ୍ଵଧ୍ୟାୟର ସିଦ୍ଧାନ୍ତ

  ସିଦ୍ଧି ମିଳେ କଲେ ପାଳନ।

 କୋହି,ବାରିପଦା,ମୟୂରଭଞ୍ଜ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama