STORYMIRROR

Kabiratna Nutan Kumar Behera

Drama Action Classics

4  

Kabiratna Nutan Kumar Behera

Drama Action Classics

କାଉଡିଆ କାନ୍ଧେ ବାହୁଙ୍ଗୀ ଭାର

କାଉଡିଆ କାନ୍ଧେ ବାହୁଙ୍ଗୀ ଭାର

1 min
31


କାଉଡିଆ କାନ୍ଧେ ବାହୁଙ୍ଗୀ ଭାର

ଶିବ ପଞ୍ଚାକ୍ଷର ଅମୃତ  ଝର,

ଏକ ଲୟେ ରଖି ନିଜ ନିଜର 

ଭକତ ପାଳଇ ବ୍ରତ ତାହାର,

     ଓଁ ନମଃ ଶିବାୟ

ମନ୍ତ୍ରରେ ତଲ୍ଲୀନ କରେ ହୃଦୟ।


ଶ୍ରାବଣେ ପବିତ୍ର ଏ ସୋମବାର

ଧ୍ୟାୟୀ ଥିଲେ ମିଳେ ଶିବଙ୍କ ବର,

ଆଶୁତୋଷ ରୁଦ୍ର ଭୋଳା ଶଙ୍କର

ମହାଯୋଗୀ ବାବା ସେ ମହେଶ୍ଵର,

    ହେଲେ ସେ ସନ୍ତୁଷ୍ଟ

ଦୂର ହୋଇଯାଏ ଜୀବନେ କଷ୍ଟ।


କାଉଡିଆ  ଯାଏ  ଶୁଭ ମନାସି

କାନ୍ଧେ ଜଳ ଭାର ବୋହି ସେ ଖୁସି,

ସାଙ୍ଗ ମେଳେ ଚାଲେ ସେ ହସି ହସି

ଅନ୍ତରରୁ  ଭକ୍ତି ଭାବ  ପ୍ରକାଶି,

     ଶିବ ପାଶେ ଆସି

ମାଗଇ କରୁଣା ଅହଂ ବିନାଶୀ।


ଭକ୍ତିର  ସୁମନ ଦେଇ ଅଞ୍ଜଳି 

ଶିବ ଶିରେ ଜଳ ଦିଏ ସେ ଢ଼ାଳି,

ଜୀବନ ପ୍ରଦୀପ  ରଖନ୍ତୁ  ଜାଳି 

ଭବ ଭୟ ଯାଉ କରଇ ଅଳି,

    ସଂସାରରେ ଖେଳି

ଦିନ ତାର ବିତୁ ସୁଖରେ ଚଳି।


ପଞ୍ଚାକ୍ଷର  ମନ୍ତ୍ର  ନମଃ ଶିବାୟ

ଜପୁ ଥିଲେ ପ୍ରଭୁ ହେବେ ସଦୟ,

ପବିତ୍ର  ରଖି ସେ ମନ ହୃଦୟ

ଜୀବନ  ଯୁଦ୍ଧରେ  ହୁଅଇ  ଜୟ,

      ଭାବରେ ବିନୟ

ହୋଇ ଥାଏ ଯେ ରହେ ନିରାମୟ।


ଶିବ ଦେବ ଦେବ ସେ ମହାଦେବ

ପାପ ତାପ ନାଶି ଦିଅନ୍ତି ଠାବ,

ଶ୍ରଦ୍ଧାଳୁ ରଖିଲେ ତାଙ୍କଠି ଭାବ

ରହେ ନାହିଁ ତା'ର କିଛି ଅଭାବ,

      ଦୁଃଖର ଏ ଭବ

ପାରି କରି ଥାନ୍ତିି ଦେଇ ସେ ନାବ।

  


    



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama