STORYMIRROR

Prabhati Mahapatra

Abstract Drama Inspirational

4  

Prabhati Mahapatra

Abstract Drama Inspirational

ମିଛେ କହୁ ମୋର ମୋର

ମିଛେ କହୁ ମୋର ମୋର

1 min
299

କେହି ରହି ନାହିଁ ରହିବେ ନାହିଁଟି

ଭବ ରଙ୍ଗ ଭୂମି ତଳେ

ସର୍ବେ ନିଜ ନିଜ ଅଭିନୟ ସାରି

ବାହୁଡିବେ କାଳ ବଳେ ରେ

ବାଇମନ ......

ନ ଧରିଲୁ ପ୍ରଭୁ ନାମ ରେ

ବାଇମନ.....

ଏ ତ ମାୟା ପୁରୀ ଦେଖିବୁନି ହରି

ଅଦୃଶ୍ୟେ ତାଙ୍କର ଚିହ୍ନ

ମାଟି ପିଣ୍ଡେ ତୋର ପ୍ରାଣ ଖଞ୍ଜି ଦେଲେ

ଲୋଭରେ ଗଢିଲେ ମନ ରେ

ବାଇମନ .....

ବୁଝି ପାରିଲୁନି ଛଳନା ତାଙ୍କର

ଦିନରେ ଦେଖିଲୁ ଜହ୍ନ

ଇନ୍ଦ୍ରଜାଲ ତୋର ନୟନେ ଭରିଲେ

ଆଖିରେ ଭାସେ ସପନ ରେ

ବାଇମନ ......


ଯେଉଁ ମାତା ତୋତେ ଦଶମାସ ଧରି

ଦୁଃଖ ପାଇ ଦେଲା ଜନ୍ମ

ବିବାହ ପରେ ତୁ ପ୍ରିୟତମା ପାଇ

ହେଲୁ ତୁ ପାଷାଣ ସମ ରେ

ବାଇମନ .......

ଯୌବନେ ସାଜିଲୁ ଷୋଡ଼ଶ ଶୃଙ୍ଗାର

କରି ତୁ ପୀରତି ପାନ

ମତି ଗତି ମୋର ଅସ୍ଥିର ଚଞ୍ଚଳ

ଚପଳା ଯେହ୍ନେ ଗମନ ରେ

ବାଇମନ .........

ଐଶ୍ୱର୍ଯ୍ୟ ସମ୍ପତ୍ତି ହାତେ ପାଇ ନିତି

ମଣିଲୁ ତୁ ଭାଗ୍ୟବାନ

ଚିନ୍ତା ତୁ କଲୁନି ଯୋଗ ବିୟୋଗରେ

କେତେ ପାପ କେତେ ପୂଣ୍ୟ ରେ

ବାଇମନ .......

ଅଚିନ୍ତା ରେ ଗଲା ଅନେକ ଦିବସ

କରାଇ ତୋ ବୁଦ୍ଧି ଭ୍ରମ

ଉପନିତ ହେଲା ବାର୍ଦ୍ଧକ୍ୟ ଅବସ୍ଥା

ଶୁଣିଲୁ କଟୁକ୍ତି ତାନ ରେ

ବାଇମନ ........

ଅଦରକାରୀ ତୋ ଜୀବନ ହୋଇଲା

ଆୟୂଷ ସାଙ୍ଗରେ ରଣ

ଯେହ୍ନେ ପଦ୍ମ ପତ୍ରେ ଢଳ ଢଳ ହୁଏ

ଟୋପାଏ ପାଣି ଜୀବନରେ

ବାଇମନ ......

ଶ୍ଵାସ ପ୍ରଶ୍ଵାସ ତୋ ଶୀଥିଳ ପଡିଲା

ବୁଜିଲା ବେନି ନୟନ

ଛଖଣ୍ଡ କାଠରେ ବୋହି ନେଲେ ତୋତେ

ବାହୁନି ତୋ ଗୁଣ ଗାନ ରେ

ବାଇମନ ।

ଅପବିତ୍ର କହି ଗୋମୟ ଜଳରେ

ଦୁଆରେ କଲେ ଲେପନ

ଯାହା ସାଇତିଲୁ ସଙ୍ଗତେ ନଯାଏ

ଏକା ତୁ ଗଲୁ ଶ୍ମଶାନ ରେ

ବାଇମନ .......

ନ ଧରିଲୁ ପ୍ରଭୁ ନାମ ରେ ......।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract