STORYMIRROR

Tapaswini DashSarangi

Drama Classics Inspirational

4  

Tapaswini DashSarangi

Drama Classics Inspirational

ଏମିତି କ୍ଷଣ ନ'ଆସୁ

ଏମିତି କ୍ଷଣ ନ'ଆସୁ

1 min
313


ମା' ଲୋ... ଏମିତି ଦିନ ନ'ଆସୁ

ଯେଉଁ କ୍ଷଣେ ତୋର ନାମକୁ ଭୂଲିବି

ସୁଖରେ ମଜ୍ଜିବି ମାୟାରେ ହଜିବି

ଏମିତି କ୍ଷଣ ନ'ଆସୁ ମା' ଲୋ....।

ମଙ୍ଗଳମୟୀ ତୁ କଲ୍ୟାଣମୟୀ ମା'

ସାର୍ଥକ ଏଇ ଜୀବନ

ତୋ ନାମ ନେଇ ଯଥାର୍ଥ ହେଲା ଏ ଜନ୍ମ।

ଯଦି ତୋତେ ଭୂଲିଯିବି ସ୍ଵାର୍ଥପର ହୋଇ

କିଏ ହୋଇବ ସାହା ଜନନୀ ଲୋ

କାହା ଠୁଁ ଶୁଣିବି ଆହାଃ

ଏମିତି କ୍ଷଣ ନ'ଆସୁ ମଙ୍ଗଳା ଲୋ...

ଏମିତି ଦିନ ନ'ଆସୁ।

ତୋ ପଣତକୁ ମା' ଆଶରା କରିଛି

ସେଥିପାଇଁ ପରା ଦୁଃଖକୁ ଲୋଡୁଛି

ତୁ ଘୋଡ଼େଇବୁ ବୋଲି କାନି

ମା...ମୁଁ ଶୋଇଯିବି ହୋଇ ତୁନି।

ଏମିତି କ୍ଷଣ ନ'ଆସୁ ଏ ଜୀବନେ

ଏମିତି ଦିନ ନ'ଆସୁ .. ମା' ଲୋ.....।

ଯଦି ସେହି କ୍ଷଣେ ତୋ କରୁଣା ବାରି

ବରଷିବନି ଜୀବନେ

ଭାସିଯିବି ମୁଁ ଲୋ ଏ ପାପ ପଙ୍କରେ

ହଜିବି କଳଙ୍କ ବନେ

ମା' ଲୋ... ଏମିତି କ୍ଷଣ ନ'ଆସୁ।

କେଉଁ ଉପଚାରେ ସନ୍ତୋଷ ହେଉ ତୁ

ଜାଣିନାହିଁ କିଛି ବିଧି

କିବା ନୈବେଦ୍ୟ ସମର୍ପିବି ତୋତେ

ସର୍ବ କାର୍ଯ୍ୟ ହେବ ସିଦ୍ଧି।

ଭକତିର ଅର୍ଘ୍ୟ ତୋ ପାଖେ ଢାଳୁଛି

ଦିବସ ରଜନୀ ତୋତେ ମୁଁ ଭାବୁଛି

କରୁଛି ଏଇ ବିନତି

ମା' ଲୋ.... ରଖିବୁ ମୋ ମିନତି

ଏମିତି କ୍ଷଣ ନ'ଆସୁ

ମଙ୍ଗଳା ଲୋ ଏମିତି ଦିନ ନ' ଆସୁ

ଯେଉଁ କ୍ଷଣେ ତୋର କରୁଣା ଭଣ୍ଡାର

ମୋ ପାଇଁ ହୋଇବ ମନା

ହୋଇଯିବି ଆନମନା

ମରିଯିବି ତୋ ବିନା

ମା' ଲୋ....

କାଳେ ଉଡ଼ିବ ନିନ୍ଦାର ବାନା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama