STORYMIRROR

Prakash Majhi

Drama Classics Others

4  

Prakash Majhi

Drama Classics Others

ମନେପଡ଼ ତୁମେ-୩

ମନେପଡ଼ ତୁମେ-୩

1 min
239

ସମୟ ସୂଅରେ ଆସି ଭାସିଗଲ                   

କେମିତି ଭାବିଲ ପର,

କହିଛି କହିବି କେତେ କେତେ କଥା

ଲେଖିବି ଅନେକ ଥର।


ମୁଁ ଯେ ଯାଯାବର ଅନ୍ଧାର ରାତିର

ବାଟଭୂଲା ସାଥି ଏକା,

ମନେପଡ଼ ତୁମେ ମନେପଡେ ତୁମ

ପହିଲି ଫଗୁଣ ଦେଖା ।


ଭୂଲି କି ପାରିବି ସାଥି ତୁମବିନା

ଅଭୁଲା ସ୍ମୃତିରୁ କେତେ,

ନୀରବ ରହିଲେ ନୀରବ ରହିବି

ଭୁଲ ବୁଝିବନି ମୋତେ।


ଚୁନାଚୁନା କଲ ସୁନା ହୃଦୟ ମୋ

ଏମିତି ଖେଳିଲ ଖେଳ,

ଅସରନ୍ତି ପଥ ଚାଲିବି କେମିତି

କ୍ଷୀଣ ହୁଏ ମନବଳ ।


ଆସିଥିଲି ଦିନେ ଚାଲିଯିବି ଦିନେ

ଯିବାବେଳେ ଯିବି ଏକା,

ଏତେ ଯେ ପ୍ରତୀକ୍ଷା ଏଯାଏଁ ସରିନି

ଯାହା ମୋ ଭାଗ୍ୟରେ ଲେଖା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama