STORYMIRROR

Sangram Moharana

Drama Romance Classics

4  

Sangram Moharana

Drama Romance Classics

ପ୍ରେମିକା

ପ୍ରେମିକା

1 min
251


ପାଦରେ ନ ଥାଏ ପାଉଁଜି ତାର

    ନ ଥାଏ ତା କାନେ ଝୁମୁକା

ଭାରି ଅଭିମାନୀ ମୁହଁ ଫୁଲେଇ 

  ତଥାପି ସେ ମୋ ପ୍ରେମିକା ।


ରାଜକୁମାରୀ ବେଶ ସାଜିନି ସେ କେବେ

     କଥା କୁହେ ଅଙ୍କା ବଙ୍କା

ଭାରି ସେ ଅବୁଝା ବୁଝେ ନାହିଁ କିଛି

  ତଥାପି ସେ ମୋ ପ୍ରେମିକା ।


କଥା କଥାରେ ସେ ବୋମା ଫୁଟାଏ

   ହୁଏ ମୋ ବିନ୍ଧା ଛିଟିକା

ମଲମ ନାଁ ରେ ଚୁନ ଛିଞ୍ଚି ଦିଏ

  ତଥାପି ସେ ମୋ ପ୍ରେମିକା ।


ଯୁଗ ଯୁଗ ଲାଗେ ବୁଝିବାକୁ ତାକୁ

   ବୁଝିନାହିଁ କେମିତିକା

ହେଲେ ବି ମୋ ପ୍ରେମ ଏକତରଫିଆ

   ତଥାପି ସେ ମୋ ପ୍ରେମିକା।


ଜୀବନ ପଥକୁ କଣ୍ଟକିତ କରେ

     ଦର୍ଶାଏ ନିଜ କୁ ଫୁଲ ପରିକା

ଭାଗ୍ୟ ଡୋର କୁ ନିଜେ ଛିଡାଏ

  ତଥାପି ସେ ମୋ ପ୍ରେମିକା ।


ଆଶା ବାଡି ନିଜ ହାତ ରେ ଧରି

  ଚାଲେ ସେ ଝୁଣ୍ଟି ଝୁଣ୍ଟିକା

ସ୍ୱପ୍ନ ଭାବନାରେ ଚାଲିବାକୁ ମନା କରେ

     ତଥାପି ସେ ମୋ ପ୍ରେମିକା ।


ଅଭିଯୋଗର ଜେରା କରି ଚାଲେ

    ଫାଶି ଖୁଣ୍ଟରେ ଝୁଲିଲା ପରିକା

କାଠଗଡା ରେ ମୁଁ ଅଭିଯୁକ୍ତ ଥାଏ

  ତଥାପି ସେ ମୋ ପ୍ରେମିକା ।


ମୋ ଲୁହ ଦେଖି ଅଧର୍ଯ୍ୟ ହୁଏ

   କାନ୍ଦି ବସେ ଛୋଟ ପିଲା ପରିକା

ମୁହଁ ବୁଲେଇ ଥରେ ଦେଖେ ନାହିଁ ମତେ

   ତଥାପି ସେ ମୋ ପ୍ରେମିକା ।


ବିଚ୍ଛେଦର କଷ୍ଟ ତାକୁ ଲାଗେ ବେଶି

    ହେଲେ ବି ସେ ରୁହେ ଏକା ଏକା

ଜାଣେ କେବେ ମୁଁ ଆମ୍ଭେ ହବୁନୁ

  ତଥାପି ସେ ମୋ ପ୍ରେମିକା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama