ମୋ ଗାଆଁ
ମୋ ଗାଆଁ
ତତେ ନେଇ କେତେ ସ୍ବପ୍ନ ଦେଖେ
ସ୍ନେହର ଗାଆଁ ମୋର
ନଈର କୂଳରେ ରେ ଗାଧୋଇଲା ବେଳେ
ବସନ୍ତର କୋଇଲିର କୁହୁ କୁହୁ ତାନରେ
ଝରି ବର୍ଷାର ବେଙ୍ଗ ଡାକରେ
ରଜପର୍ବର ପିଠାର ମଉଜରେ ।
କିନ୍ତୁ ସେ ସ୍ୱପ୍ନରେ ତୁ ନ ଥାଉ,
କେଜାଣି ଆଖି ଖୋଲିଲେ ପାଏ
କଂକ୍ରିଟ ଛାତ ଉପରେ ମୁଣ୍ଡ ଦେଇ
ଆକାଶରେ ଫଳନ୍ତି ଡେଙ୍ଗା ଡେଙ୍ଗା ନଡ଼ିଆ ଗଛ !
କେତେ ଥର ଭାବିଛି ତତେ
ଭୁବନେଶ୍ୱର ସହର ବୁଲେଇ ନେବି,
ତୋର ସେ ସବୁଜ ପାଟଶାଢ଼ୀ ବଦଳରେ
କିଣିଦେଵି ଖଣ୍ଡେ ଆକାଶୀ ରଙ୍ଗର !
ତୁ ଆଗ କହ ତ
ଏ ନିତିଦିନିଆ ଅଭିମାନ କେବେ ଛାଡ଼ିବୁ ?
ସବୁବେଳେ କାହିଁକି ଜିଦରେ କରୁ?
ଓଃ ! ଭୁଲିପାରୁନୁ ନା
ଏଇ ସାତ ପୁରୁଷର ହାଡଭଙ୍ଗା ପରିଶ୍ରମରେ ଗଢ଼ା
ଇଟା, ବାଲି ଓ କାନ୍ଥର ଘର ।
ମୁଁ ବି ମୋ କର୍ତ୍ତବ୍ୟର ମୁଣ୍ଡ ନୁଆଇଁ
ତତେ ଛାଡି ଆସିଛି ଏ ସହରକୁ
ଆଉ ଆଖି ସାମ୍ନାରେ ପାଏ
ତୋ ପଣତକାନି ବଦଳରେ
କୁଢ଼ କୁଢ଼ ଟଙ୍କାର ଗନ୍ଧ !