Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ramachandra Bhutia

Abstract Drama Inspirational

4  

Ramachandra Bhutia

Abstract Drama Inspirational

ନମଃନମଃ ମହାଦେବ

ନମଃନମଃ ମହାଦେବ

1 min
306


ନମଃନମଃ ମହାଦେବ

ମହାଯୋଗୀ ସଦାଶିବ

ଶଙ୍କର ହେ ଭୋଳାନାଥ

ଶ୍ରୀଚନ୍ଦ୍ରଶେଖର ରୁଦ୍ର ।


ପାର୍ବତୀପ୍ରିୟ ଈଶ୍ୱର

ତ୍ରିଲୋଚନ ଗଙ୍ଗାଧର

ଜୟ ଅର୍ଦ୍ଧନାରୀଶ୍ୱର

ପିନାକୀ ହେ ନନ୍ଦୀଶ୍ୱର ।


ଦେବଦେବ ସତୀପତି

ମହେଶ୍ବର ମହାଯତି

ବାମଦେବ ଭୂତେଶ୍ୱର

କୃତ୍ତିବାସ ପଶୁପତି ।


ଶମ୍ଭୁ ଶୂଳି ମହାରୁଦ୍ର

ଈଶ ଈଶ୍ୱର ହେ ଭବ

ଅଙ୍ଗାଳଙ୍କର ଉରଗ

ତ୍ରିପୁରାରି ଶିବ ଶିବ ।


ବିରୁପାକ୍ଷ ବୃଷଧ୍ୱଜ

ଦିଗମ୍ବର ନଟରାଜ

ଦକ୍ଷ ଯଜ୍ଞ ଧ୍ଵଂସକାରୀ

ଭୂତପତି ଲିଙ୍ଗରାଜ ।


ନୀଳକଣ୍ଠ ପଞ୍ଚାନନ

କାମାରି କାମମର୍ଦ୍ଦନ

କୈଳାସ ନିବାସୀ ହର

କେଦାର ମଲ୍ଲିକାର୍ଜୁନ ।


ମହାକାଳ ମୃତ୍ୟୁଞ୍ଜୟ

ଲୋକନାଥ ଶିବାପ୍ରିୟ

ପଦରେ କୋଟି ପ୍ରଣତି

ନାଶ ଭବସିନ୍ଧୁ ଭୟ ।


Rate this content
Log in

Similar oriya poem from Abstract