STORYMIRROR

ସତ୍ୟରଞ୍ଜନ ଦାସ

Inspirational

4  

ସତ୍ୟରଞ୍ଜନ ଦାସ

Inspirational

ମୋ ବୋଉ

ମୋ ବୋଉ

1 min
154

ସେଦିନର ସେ ଆଠମାସର ଯନ୍ତ୍ରଣା

ଉ ମୋ କୁଆଁ କୁଆଁ କାନ୍ଦ

ଯେମିତି ତୋର ସବୁ କଷ୍ଟକୁ

ପାସୋରି ଦେଇଥିଲା !


ତୋର ଲୋତକଭରା ଆଖିରେ ହଠାତ

ଦେଢ଼ହାତ ଲମ୍ବ ହସର ବନ୍ୟା

ସବୁ ନଦୀକୁ ଶାନ୍ତ କରି ଦେଇଥିଲା !


ଗ୍ରୀଷ୍ମର ତାତିଖରା ଆଉ

ହାଡ ଭଙ୍ଗା ଶୀତକୁ

ତୋର ସେ ସୁନୀଳ

ପଣତକାନି ମୋ ପାଇଁ

କେତେଥର ରକ୍ଷାକବଚ ପାଲଟିଛି

କଳ୍ପନା ବାହାରେ !


ମୋର ପରୀକ୍ଷା ପାଇଁ ତୋର ସେ

ତ୍ୟାଗଭରା କଷ୍ଟ ଜର୍ଜରିତ ଉପାସ

ଜ୍ୟାମିତିର ଦୈଘ୍ୟ ଓ ପ୍ରସ୍ଥ ସାମ୍ନାରେ

ହାର ମାନୁଥିଲା !


ପୂର୍ବଦିଗରେ ସୂର୍ଯ୍ୟଦୟ ସହ

ସ୍କୁଲ ଯିବାପାଇଁ ତୋର ସେ ସ୍ନେହୀ ଡାକ

ବସନ୍ତରେ ବି ଇନ୍ଦ୍ରଧନୁ ପରି ଲାଗୁଥିଲା !


ଆଜି ମୁଁ ବୟସରେ ବଡ଼ ହୋଇଛି ସତ

କିନ୍ତୁ ତୋର ସେ ତ୍ୟାଗ, ପ୍ରେମ 

ଓ ସ୍ନେହ ଆଗରେ

ପିଲାଦିନର ସେଇ

କଢିଟିଏ ହୋଇ ରହିଛି !


ତୋ ଋଣ ସୁଝିପାରିବିନି ଏକଥା ଜାଣିଛି

ଦୂରେ ଥାଇ ମଧ୍ୟ ତତେ ମୁଁ ଝୁରୁଛି

ଆଲୁଅ-ଅନ୍ଧାରରେ ତତେ ମୁଁ ଖୋଜୁଛି !


ତୁହିଁ ମୋର ଏକମାତ୍ର ସାହା

ଆଉ ତୋ ମଥାଛୁଇଁ ଶପଥ କରୁଛି

ଦିନେ ରଖିବି ତୋରି ନାଁ !



Rate this content
Log in

Similar oriya poem from Inspirational