Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ସତ୍ୟରଞ୍ଜନ ଦାସ

Romance

3  

ସତ୍ୟରଞ୍ଜନ ଦାସ

Romance

ଶୀର୍ଷକ -: ପୁଣିଥରେ ଏକାନ୍ତରେ

ଶୀର୍ଷକ -: ପୁଣିଥରେ ଏକାନ୍ତରେ

1 min
251


କେଜାଣି କାହିଁକି ଆଜି ଇଚ୍ଛା ହୁଏ

ପୁଣି ଥରେ କଲମଟିଏ ଧରିବାକୁ,

ଅଦାବାଲିର ଆଢୁଆଳରେ

ସ୍ୱପ୍ନର କୋଣାର୍କଟିଏ ଗଢିବାକୁ |


ସୂର୍ଯ୍ୟୋଦୟର ପହିଲି କିରଣ

ସୁଖ-ଦୁଃଖର ଏ ଅଧାଗଢ଼ା ଜୀବନ,

କଷ୍ଟରେ ଜର୍ଜରିତ ଅକୁହା ବ୍ୟଥା

ମରୁଭୂମିରେ ଯେମିତି ଜଳର ଗାଥା |


ଶ୍ରାବଣର ସେ ବର୍ଷାଝରା ରାତି

ତା ସାଙ୍ଗକୁ ବଢୁଥିଲା ଦେହର ତାତି,

ଭିଜା ଭିଜା ତୁମ ନୟନର ଲୋତକ

ପ୍ରେମ ନ କରି ବି ମୁଁ

ଦେଖିପାରୁଥିଲି ତୁମ ଜୀବନ ଜାତକ |


ଅତୀତର ଅଙ୍କାବଙ୍କା ରାସ୍ତା

ସମ୍ପର୍କ ଯୋଉଠି ବଦନାମ,

ଆଜିକାଲିର ଲୋକେ କୁହନ୍ତି

ପ୍ରେମ କାଳେ ବହୁତ ଶସ୍ତା |



Rate this content
Log in

Similar oriya poem from Romance