STORYMIRROR

ବି. ନିରୁପମା

Drama Classics Others

4  

ବି. ନିରୁପମା

Drama Classics Others

କହ କିବା ସେଠି ଭାଷିଲୁ

କହ କିବା ସେଠି ଭାଷିଲୁ

1 min
247


କହ ଲୋ ସଜନୀ ,ଶ୍ୟାମଙ୍କ ସାଥିରେ

କି ବାରତା ତୋର ହୋଇଲା,

କୁଞ୍ଜବନେ ତାଙ୍କ ଅଙ୍ଗ ସଙ୍ଗ ଲଭି

ସାରା ନିଶି କିବା ସଇଲା !

କି ବାରତା ତୋର ହୋଇଲା ।


ସରମି ଯାଅନା ସୁଶୀଳେ ଗୋ ଏଣେ

ମୋ ଆଡ଼କୁ ଚାହଁ ହରଷେ,

କହି ସେ ମୋହନ ତୋଷିଲେ କି ମନ

ତାଙ୍କରି ମଧୁର ପରଶେ !

ସୁଶୀଳେ ଗୋ ଚାହିଁ ହରଷେ ।


ଆମ ସଙ୍ଗେ ଯଦି ସ୍ନେହ ଭାବ ଅଛି

ଖୋଲି କହ ବାରେ ଶୁଣିବୁ,

ତାଙ୍କ ଲୀଳା ପରା ଦେବଙ୍କୁ ଦୁର୍ଲ୍ଲଭ

ଜାଣିଲେଟି ଧନ୍ୟ ମଣିବୁ ।

ଖୋଲି କହ ବାରେ ଶୁଣିବୁ ।


ସାରା କୁଞ୍ଜବନ ସଜାଇ ଥିଲୁ ଯା'

ତାଙ୍କ ମନକୁ କି ପାଇଲା,

ଆମ କଥା କିବା ପଚାରୁଥିଲେ ସେ

କହିଲୁ କି ବାକି ରହିଲା ।

ତାଙ୍କ ମନକୁ କି ପାଇଲା ।


କୋମଳ ବଦନୀ,ମଧୁର ଭାଷିଣି

କହ କିବା ସେଠି ଭାଷିଲୁ,

ଅବା ସାରା ରାତି ଅଭିମାନ କରି

ଶ୍ୟାମଙ୍କ ଆଗରେ ବସିଲୁ !

କହ କିବା ସେଠି ଭାଷିଲୁ ।



Rate this content
Log in

Similar oriya poem from Drama