ମୃତ୍ୟୁ ମୋ ମିତ
ମୃତ୍ୟୁ ମୋ ମିତ
ମୃତ୍ୟୁ ମୋ ଦୁଆରେ କରାଘାତ କଲା
କାହିଁକି ମୁଁ ଜାଣେନାହିଁ
ତା ହେମାଳ ହାତେ ଦେହକୁ ମୋହର
ଦେଇଥିଲା ଧିରେ ଛୁଇଁ I
ଜୀବନ ବୋଲି ମୁଁ ଭାବିନେଲି ତାକୁ
ଧାଇଁଲି ତା ପଛେ ପଛେ
କେମିତି ଅବା ମୁଁ ଜାଣି ପାରିଥାନ୍ତି
ଜୀବନକଥା ସେ କହୁଥିଲା ମିଛେମିଛେ I
ମୃତ୍ୟୁ କୁ ମୁଁ ଏତେ ଭଲ ପାଇଗଲି
ପାଗଳ ହେଲି ତା ପାଇଁ
ଜୀବନକୁ ପର କରିଦେବି ଭାବି
ତା ପଛରେ ଗଲି ଧାଇଁ I
କହିଲା ସେ ମୋତେ ଅତି ଆଦରରେ
ନୁହେଁ ମୁଁ ମୃତ୍ୟୁ ତୋର
ଦୁଃଖ ବାଣ୍ଟିବାକୁ ଘୁରି ମୁଁ ବୁଲୁଛି
ଜୀବନ ମୁଁ ନୁହେଁ କାର I
ତଥାପି ମୁଁ ତୋର ପାଖେପାଖେ ଅଛି
ବାନ୍ଧିଛି ପ୍ରୀତିର ଡୋରୀ
ତୋ ଦୁଃଖରେ ଖୁସି ହେବି ମୁଁ ସର୍ବଦା
ଛଳନାରେ ତୋର ସୁଖକରିନେବି ଚୋରି I
