STORYMIRROR

Manoja kumar Pattnayak

Drama Tragedy

4  

Manoja kumar Pattnayak

Drama Tragedy

କୃଷକ

କୃଷକ

1 min
228

ଭାରତ ମାତାର ଦୁଇଟି ସନ୍ତାନ

ଜଣେ ଯବାନ ଜଣେ କିଷାନ୍

କୃଷକ ଭାଇ ମୋ ଖାଦ୍ୟ ଯୋଗାଉଛି

ସତରେ ସେ ଜଣେ ମହାନ୍ ।

ଗହିର ବିଲର ବୁକୁ ଚିରିଦିଏ

କୃଷକ ଭାଇର ଇସ

ବିଲରେ ତାହାର ଦରଜି ଦିଏ

ସୁନାର ଅମଳ ଶସ୍ୟ ।

ଏବେସିନା ନାହିଁ ବଳଧ ଲଙ୍ଗଳ

ରହିଛି ରୋଟର ଗାଡ଼ି

ସେଥିପାଇଁ ପରା କ୍ଷେତ ଗୁଡ଼ିକ କୁ

ଦଇବ ନିଏ ଉଡେଇ ।

ନାହିଁ ମୋ ଗାଁରେ ବଳଧ ଲଙ୍ଗଳ

ହଳ କରୁଥାଏ ରୋଟର

କ୍ଷେତରେ କୃଷକ ଖତ ପକାଉନି

ପକାଏ ପିଢିଆ ସାର ।

ଗହୀର ବିଲର ଗହଣରେ ଆଜି

କୃଷକ ଯାଇଛି ଭିଜି

ପହିଲି ଆସାଢେ଼ କୃଷକର ମନ

କ୍ଷେତରେ ରହିଛି ହଜି।

ଖରା ବରଷା କୁ ସହି ବାରମ୍ବାର

କୃଷକ ଲଗାଏ ଧାନ

କ୍ଷେତରେ ତାହାର ଲାଗିରହି ଥାଏ

ସବୁବେଳେ ମନ ପ୍ରାଣ।

ମୁଣ୍ଡଝାଳ ତୁଣ୍ଡେମାରି

କରୁଥାଏ ଚାଷ

ଛପର ଘରେ ରହୁଥାଏ ସିଏ

ସହି କେତେ ଦୁଃଖ କଷ୍ଟ

ସେ କଣ ଜାଣିଛି ଦୃର୍ବିପାକ ଆସି

କରିଦେବ ସବୁ ନଷ୍ଟ ।

ଋଣ ଭାରକୁ ସେ ମୁଣ୍ଡରେ ମୁଣ୍ଡେଇ

ହୋଇଥାଏ ହନ୍ତସନ୍ତ

ଜୀବନଟା ତାର ଅଟେ ପାଣି କାଦ

ମୁଣ୍ଡରେ ପଗଡ଼ି ପାଗ

ଆମ ପେଟ ଲାଗି ଯୋଗାଇ ଥାଏ ସେ

ଧାନ ବିରି ଚଣା ମୁଗ।

ଗୋବର ସାର ରେ ବିଲଟା ମୋହର

ହୋଇଥିଲା ହୁଷ୍ଟପୁଷ୍ଟ

ପିଢିଆ ସାରକୁ ପକାଇଲା କ୍ଷଣେ

ହୋଇଗଲା ସବୁ ନଷ୍ଟ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama