STORYMIRROR

Sunanda Mohanty

Abstract Drama Action

4  

Sunanda Mohanty

Abstract Drama Action

କାଶତଣ୍ଡି ଫୁଲ

କାଶତଣ୍ଡି ଫୁଲ

1 min
272

କାଶତଣ୍ଡୀ ବେଳ ଉଣ୍ଡି 

ଆ ଶରତରେ ଦୁର୍ଗା ମାଆ କତି 

ଆସିବେ ପାର୍ବଣ ନହେବ ଇତି 

ଝୁଲି ଝୁଲି ତୁ ହସିଦେବୁ ଯେବେ ଖିଲି ଖିଲି 

ନଈ ଯିବ ଦୋହଲି 

ଫୁଲ ଫୁଟି ମହୁଲି 

ବର୍ଷା ହୁଏ ଚଗଲି 

ଦଶହରା ଆସିବ ବୋଲି 

କାଶତଣ୍ଡୀ କହେ ହଲି ଝୁଲି ପୁଣି ଫୁଲି 

ତୋ ସୁନ୍ଦର ରଂଗ କାହାକୁ ମିଳେ 

କବିର ଲେଖନୀ ଘଡ଼ିଏ ଭାଳେ 

ଗାଳ୍ପିକ ପାରେନା ସୌନ୍ଦର୍ଯ୍ୟ ବଖାଣି 

କେତେବେଳେ ବି ଲାଗୁ ନାଗୁଣୀ 

ଉପମା ରେ ତୋର ଶରତ ଆକାଶ 

ନିର୍ମଳ ଶୋଭା ତା ହୁଏ ପ୍ରକାଶ 

ତୋ ବେଶ ଭୁଷା କେ କହି ପାରିବ 

ଶବ୍ଦ ଚାତୁରୀ ରେ କିଏ ବଖାଣିବ 

ତୋ ଗୁଣ ଧର୍ମ ଜାଣିଛି ଯିଏ 

ଦୂରୁ ଦେଖି ଖୁସି ସେ ପାଏ 

ମନେହୁଏ କେବେ ପକ୍ଷୀଟିଏ ତୁ 

କେବେ ଶିଶୁ କହେ ମତେ ଥରେ ତୁ ଛୁଉଁ 

ସବୁରି ମନର ଚୀର ସାଥୀ ତୁହି 

ନଦେଖିଲେ ତତେ ରୁତୁ ରୁଷି ଯାଇ 

ତୁ ଅମୋଘ ଅସ୍ତ୍ର କାହାରଦୁର୍ଗା ମାଆ କହେ 

ତୁ ତାଙ୍କର ସେ ତୋ ନିହାତି ନିଜର 

ତୋ ଦର୍ଶନେ ମନ ବିଭୋରେ 

ତତେ ନଦେଖିଲେ ମନ କାତରେ 

ଖୋଜୁଥାଏ ଆଖି ଦୂର ଶିଖରେ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract