ଅବ୍ୟକ୍ତ ସ୍ଵର
ଅବ୍ୟକ୍ତ ସ୍ଵର
ପାଖରେ ଅସରନ୍ତି କାଳି
ଲେଖିବାକୁ କଲମଟିଏ ନାହିଁ,
କେବେଠାରୁ ଅନେକ ସ୍ଵପ୍ନ ବି ସାଇତିଛି
ସଜାଇବାକୁ ରାତିଟିଏ ନାହିଁ ।
କେତେବେଳୁ ଲିଭିଗଲାଣି ନିଆଁ
ଆଁ କରି ଗିଳିଗଲା ପରେ ମୋତେ
ଏବେ ଧୂମ୍ରାଚ୍ଛନ୍ନ ଆକାଶ
ଆକ୍ତାମାକ୍ତା ଆପଣା ସଂପର୍କ ।
ଜହ୍ନ ଅଛି ତାରା ଅଛି
ସଜାଇବାକୁ ସେମିତି ସନ୍ଧ୍ୟାଟିଏ ନାହିଁ
ଆଖିରେ ଲୁହ ସିନା ଅଛି
ନିଗାଡିବାକୁ ନିରୋଳା ସ୍ଥାନଟିଏ ନାହିଁ
କହିବାକୁ ଦୁଃଖ ସିନା ଅନେକ
ହେଲେ ବୁଝିବାକୁ ହୃଦୟଟିଏ କାହିଁ ।
