STORYMIRROR

Manoj Dalbehera

Others

3  

Manoj Dalbehera

Others

ଚନ୍ଦ୍ରସେଣା

ଚନ୍ଦ୍ରସେଣା

1 min
13.1K


ଚନ୍ଦ୍ରସେଣାମାନେ ହସନ୍ତି କେମିତି

ରାଶି ରାଶି ବିଶ୍ୱାସର ହତ୍ୟା ପରେ ବି ;

ଭରସି ପାରନ୍ତି କେମିତି ଅନ୍ଧାରକୁ,

ଅପେକ୍ଷା କରିପାରନ୍ତି ନୂଆ ଗୋଟେ ସୂର୍ଯ୍ୟୋଦୟକୁ ।

ସମୟ ତାଡନାରେ

ବାରବାର୍ ବିବଶ ହୋଇ

କେମିତି ଭୁଲୁଣ୍ଠିତ କରିପାରନ୍ତି ପୌରୁଷକୁ,

ଶୁଖେଇ ପାରନ୍ତି ଆଖିର ଲୁହକୁ,

ଛପେଇ ପାରନ୍ତି ଆପଣା ବେଦନାକୁ?

ଚନ୍ଦ୍ରସେଣାମାନଙ୍କ ଲାଲରକ୍ତ

ଆଉ ଫୁଟୁନି ଟକ୍ ମକ୍ ହୋଇ,

ହୃଦୟ ବି ଅଥୟ ହେଉନି

ରାଧାମାନେ ଗଲାବେଳେ ଏରୁଣ୍ଡି ଡେଇଁ ।

ଚନ୍ଦ୍ରସେଣାମାନେ ତ ଏବେ କଂସେଇଘରର ଛେଳି

ଜୀଇଁବା ମରିବା ଯେଉଁଠି ଏକାପରି,

ସେଇଠି ତଥାପି ସେମାନେ

ସ୍ୱପ୍ନ ଦେଖନ୍ତି ନୂଆ କରି !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍