Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manoj Dalbehera

Inspirational

3  

Manoj Dalbehera

Inspirational

କିଏ ଆସେ

କିଏ ଆସେ

1 min
142


ନିଃଶବ୍ଦ ଦାଣ୍ଡରେ

ଡିବି ଡିବି ବାଜା ବାଜେ,

କହ କିଏ ଆସେ

ଭୋଦୁଅର ଡହ ଡହ 

ଖରା ବେଳେ

ତରଙ୍ଗାୟିତ ତ୍ରିରଙ୍ଗାର 

ସଜିଲ ପଟୁଆର ମେଳେ ?


ଟଙ୍କାକିଆ ଚାଉଳ

ଅବା କାଳିଆ ଗାନ୍ଧି ମୁଣ୍ଡ,

ମଧୁବାବୁ ପେନସନ୍ ଅବା

ସତେଇଶ ଶତକଡ଼ା ସଂରକ୍ଷଣ

ଗ୍ରାମ ଜ୍ୟୋତି ଅବା

କିଶୋରୀ ଶକ୍ତି

ଉଜ୍ଜ୍ୱଳା, ମମତା

ପୁଣି ଉନ୍ନତି; 

କହ କିଏ କିଏ ଆସେ

କ୍ଷମତାର ଅଳିନ୍ଦରୁ  

ନୂଆ ପ୍ୟାକେଜ ସାଥେ ?

ଶାଗ ପଖାଳଖିଆ ଜୀବନେ 

ଆଜି ସ୍ଵପ୍ନ ବାଣ୍ଟେ ?


ନିଃଶବ୍ଦ ଦାଣ୍ଡରେ

ଫି ଥର ଯେବେ ବାଜା ବାଜେ ,

ମିଛ ଘୋଡାରେ ସବାର ହୋଇ

ସେ ହିଁ ଆସେ,

ସ୍ଵପ୍ନ ସବୁ

ଭୁଲୁଣ୍ଠିତ ହେବା ପରେ

ସଶବ୍ଦ କୋଳାହଳ ଭିତରେ

ପୁଣିଥରେ ନିଃଶବ୍ଦ ହୁଏ ;


ଅଗଷ୍ଟ ପନ୍ଦର ଆସେ

ଫି ଥର 

ଦେଶପ୍ରେମ ଗୀତ

ଶୁଣାଇ ଶୁଣାଇ  

ପୁଣି ଥରେ ନିଖୋଜ ହୁଏ ।



Rate this content
Log in

Similar oriya poem from Inspirational