Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Judhisthir Majhi

Drama Tragedy Fantasy

4  

Judhisthir Majhi

Drama Tragedy Fantasy

ବରଷା ଲୋ

ବରଷା ଲୋ

1 min
634


ବରଷା ଲୋ ବରଷା

ଦୁନିଆରେ ମୁଁ କାହାକୁ

କରିବି ଲୋ ଭରଷା ।


ସମସ୍ତେ ହସୁଛନ୍ତି, ଖେଳୁଛନ୍ତି, ବଞ୍ଚୁଛନ୍ତି

କେବଳ ନିଜ ନିଜ ପାଇଁ

ନିଜେ ଭଲ ଥିଲେ ଦୁନିଆ ଭଲ କହୁଛନ୍ତି ।


ସ୍ବାର୍ଥପର ହେଲେଣି

ସର୍ବେ

ଏ ଦୁନିଆରେ

ହସୁଛନ୍ତି ଲୋକେ

ଲୁହ ଦେଖି

ଆଉ କା ଆଖିରେ ।


ଭୁଲି ଯାଉଛନ୍ତି

ନିଜର ବି ଏମିତି

ଦିନେ ସମୟ ଆସିବ

ଭଙ୍ଗା ହୃଦୟ କାନ୍ଦିବ ।


ଆଜିର ଲୋକଙ୍କୁ

ପ୍ରେମ ଲୋଡା ନାହିଁ

କେବଳ ଲୋଡା ପଇସା ।


ବରଷା ଲୋ ବରଷା

ଦୁନିଆରେ ମୁଁ କାହାକୁ

କରିବି ଲୋ ଭରଷା ।


ଆଉ କାହାକୁ

ଭରଷା କରିବାର ନାହିଁ

ଆଜି ଏକା ଅଛୁ ତୁ

ତଥାପି ଚାଲିବୁ ଆଗେଇ

ଏମିତି ଦିନ ଆସିବ

ଲୋକେ ଆସୁଥିବେ

ତୋ ପଛରେ ଦଉଡି ଦଉଡି ।


ସମୟ ବଦଳୁଛି

ଋତୁ ବି ବଦଳୁଛି

ମଣିଷ ବି ବଦଳୁଛି

ସେଥିରେ ଦୋଷ କାହାର

ତୁ ବଦଳି ପାରୁନୁ ଯଦି ।


ବଦଳି ଯା ଜୁଜେଶ୍

ବଦଳିବ ତୋ ଭାଗ୍ୟ

ବଦଳିବ ତୋ ଭବିଷ୍ୟତ

ଜୀବନ୍ତ ହୋଇ ରହିବ

ତୋ ଜୀବନର ସ୍ମୃତି ସବୁ

ହେଲେବି ପାଉଁଶ ତୋ ଦେହ ।


ଦୁନିଆରେ ସବେ କରନ୍ତି ପରିହାସ

ପରିହାସ ଦେଖି ହୁଏ ବେହୋସ

ହେଲେ ବୁଝିପାରୁ

ମୋ ହୃଦୟର ଭାଷା ।


ବରଷା ଲୋ ବରଷା

ଦୁନିଆରେ ମୁଁ କାହାକୁ

କରିବି ଲୋ ଭରଷା ।


ତୋ ରିମ୍ ଝିମ୍ ରିମ୍ ଝିମ୍ ଶବ୍ଦରେ

ମୋ ତନ ମନ ଝଙ୍କାରିତ ହୁଏ

ତୋ ଟୋପା ଟୋପା ବାରିଶ ବୁନ୍ଦାରେ

ଭିଜିବାକୁ ଭାରି ଭଲ ଲାଗେ ।



Rate this content
Log in

Similar oriya poem from Drama