ମୋ" ଲାବଣ୍ୟବତୀ
ମୋ" ଲାବଣ୍ୟବତୀ
ଏତେ ସୁନ୍ଦର ରୂପ ତୋହରି,
କିଏ ଗଢ଼ିଛି ତୋତେ ଲୋ ଗୋରୀ l(ଘୋଷା )
ଦେଖି ନ ଥିଲି ଝିଅ ଏମିତି,
ରୂପ ଯାହାର ଲାବଣ୍ୟବତୀ l
ଦେଖିବ ଯିଏ ନୟନ ଭରି,
ପାଗଳ ହେବ ସେ ଝୁରି ଝୁରି
ଏତେ..............................|(1)
ଗୋଲାପ ପରି ତୋହରି ଓଠ,
ହୃଦୟ ତୋର ପ୍ରେମର ମଠ l
କଳା ହାଣ୍ଡିଆ ଦିଶେ କବରୀ,
ହେବୁ କି ମୋର ମନ ମୟୂରୀ l
ଏତେ.....................................|(2)
ଚାଲି ତୋହର ଗଜ ଗମନୀ,
ହସରୁ ଝରେ ମୁକୁତା ମଣି l
କେଉଁଠି ଥିଲୁ ତୁ" ଲୁଚି କରି,
କରିବି ତୋତେ ବିଶ୍ୱସୁନ୍ଦରୀ l
ଏତେ.............................. (3)