STORYMIRROR

Sunanda Mohanty

Abstract Drama Inspirational

4  

Sunanda Mohanty

Abstract Drama Inspirational

ଧୂଆଁ ଧୂଆଁ

ଧୂଆଁ ଧୂଆଁ

1 min
280


ଚାରିଆଡେ ଧୂଆଁ ଆଉ ଧୂଆଁ

ସବୁ ମିଛ ଏ ଦୁଇ ଦିନିଆଁ

ସଂସାରରେ ଜଳେ ଦୁଇ ନିଆଁ

ସେ ନିଆଁ କୁହୁଳାଏ ହୃଦୟ ଛୁଆଁ

କିଏ ସାତ କିଏ ସତର ନୂଆଣିଆଁ

ମିଛରେ ମୋର ମୋର ଅଢେଇ ଦିନିଆଁ

ଧୂଆଁ ଖାଲି ଧୂଆଁ

ଶୂନ୍ୟତାର ନିଆଁରେ ଜଳୁଛି କିମିଆଁ

ଲିଭେଇ ହୁଏନା ଜଙ୍ଗଲ ନିଆଁ

ମନ ହୃଦୟ ନିଆଁ ରେ ଅସ୍ପଟ ଧୂଆଁ

ଦୀପ ଧୂପ ରେ ଉଠେ ଯେଉଁ ଧୂଆଁ

ସେଇ ବୋଧେ ଶୁନ୍ୟଦେହିଙ୍କ କାୟା

ମୋହ ମାୟା ଶୂନ୍ୟତାର କାୟାରେ ବାୟା 

ଚୁଲିରେ ଧୂଆଁ କୁଣ୍ଡଳୀରେ ମାୟା

ଚାରିଆଡେ ଧୂଆଁ ଆଉ କୁହୁଳା ନିଆଁ

ଜିଇଁ ବାଟା ବିସ୍ତାରି ମାୟା ଖାଲି ଧୂଆଁ

ଏଇ ଅଛି ଏଇ ନାହିଁ ସ୍ମୃତି ହୁଏ ଧୂଆଁ

ସଂସାର ସମ୍ପର୍କ ଅଢେଇ ଅକ୍ଷର କିମିଆଁ

ଧୂଆଁ କୁ ଧରିବାକୁ ଅଣ୍ଟିରେ ରଖିଲେ ନିଆଁ

ଧୂଆଁ ଧୂଆଁ ଭିତରେ ସମୁଦ୍ର ଆକାଶ କଇଁଆ

ଧୂଆଁ ଧୂଆଁ ସବୁ ଆବେଗ ଛୁଆଁ ଅଛୁଆଁ

ପିତା ମାତା ସଖା ସହୋଦର ହେବେ ଧୂଆଁଳିଆ

ସତ୍ୟ ଚନ୍ଦ୍ର ସୂର୍ଯ୍ୟ ଗ୍ରହ ନକ୍ଷେତ୍ର ମାଟିମାଆ

ଯୁଦ୍ଧ ଆତଙ୍କ ସନ୍ତ୍ରାସ ସବୁ ଧୂଆଁ

ଜନ୍ମ ହେଲା ଶିଶୁ କହେ ସୋ ଅହଂ କୁଆଁ

ଜାଣେ ନାହିଁ ଛଳ କପଟ ଶିଶୁ ଲେଖେ ନାଁ

ବାଲ୍ୟ କୈଶୋର ବାର୍ଦ୍ଧକ୍ୟ ଛୁଆଁ

ଆଜି ଅଛି କାଲି ନାହିଁ

ମାମୁଁ ଘରେ ଗୋଠେ ଗାଈ ରାତି ପାହିଁଲେ ନାହିଁ

ଆଖି ମିଟିକା ମାରେ ପାହାନ୍ତି ତାରା କୁଆଁ

ସୌଧ କୀର୍ତ୍ତି ମୂର୍ତ୍ତି ମୈତ୍ରୀ ଚିତ୍ରପଟ କାଗଜନାଆ

ସବୁ ଯିବ ଉଜୁଡି କେବଳ ଆଶାବାଡି ଥୁଆ

ଯେମିତି ବାଲିରେ ଲେଖା ନାଁ ସମୁଦ୍ର ଢେଉ କରି ଆଁ

ସବୁଆଡେ ଝାପ୍ସା ଝାପ୍ସା ଧୂଆଁ ଖାଲି ଧୂଆଁ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract