STORYMIRROR

Minakumari Tahala

Drama

4  

Minakumari Tahala

Drama

ଆମ ଗାଁ ମେଳା

ଆମ ଗାଁ ମେଳା

1 min
358


ଆମ ଗାଁ ମେଳା ରେ ଡ୍ରାମା ଚାଲି ଥିଲା

ସୀତା ବିବାହ କୁ ନେଇ

ସୀତା ଚରିତ୍ର ଟି କରୁଥିଲା ଯିଏ

ହନୁ ଙ୍କ ପ୍ରେମିକା ସେହି।

ଶିବ ଧନୁ ଭାଙ୍ଗି ସୀତାଙ୍କୁ ପାଇଣ

ରାମ ହୋଇ ଗଲେ ଖୁସି

ରାମ ଙ୍କ ର ମାଁ ବସି ଦେଖୁଥିଲେ

ଷ୍ଟେଜ କୁ ଗଲେ ପଶି।

ପୁଅ ହୋଇଗଲା ବାହା ଘର ଏଠି

ନେଇ ଯିବି ତାଙ୍କୁ ଘରକୁ

ଆସ ଆସ ମୋର ଯାଆ ଯୁଆଳି

ଧରି ବନ୍ଦାଣ ଥାଳି କୁ।

ଏହି ସମୟରେ ହନୁମାନ ଏଠି

ବାଟ ଓଗାଳିଲେ ବସି

ନେଇ ପାରିବନି ସୀତା ଙ୍କୁ ତୁମେ

ଗଦା ରେ ଦେବି ମୁଁ କଷି।

କ'ଣ କହିଲୁ ଗଦା ରେ ପିଟିବୁ

ଏଡେ କି ସାହାସ ତୋର

ଧୋ ଜା ଉଡ଼ାଇ ବି କିଏ ସେ ଅଛି

ପିଠିରେ ପଡ଼ିବ ତୋର।

ଉଭୟେ ଙ୍କ ମଧ୍ୟେ ଲାଗିଲା ଲଢେଇ

ସମସ୍ତେ ପଡ଼ିଲେ ଉଠି

କଳି ଝଗଡ଼ା ରେ ଦୁଲକିଲା ମଞ୍ଚ

ଶୁଭୁଥିଲା ଖାଲି ପାଟି।

ଏହି ଭଳି ଗାଳି ଗୁଲଜ ଲାଗିଲେ

ଉଭୟେ ଗୋଷ୍ଠୀ ଙ୍କୁ ନେଇ

ଡ୍ରାମା ପେଣ୍ଡାଲ ଟି ଖସି ପଡ଼ି ଗଲା

କଚାଡି ପଡ଼ିଲେ ଯାଇ।

କେତେ ଯେ ଖଣ୍ଡିଆ ଖାବରା ହୋଇଲେ

କିଏ ଛାଡୁଥିଲା ରଡି

କିଏ କାହା ଉପରେ ଦଳି ମକଚି

ଯାଉଥିଲା କୁଦି ମାଡ଼ି।

ସେହି ସମୟରେ ରାମ ସୀତା ଦୁହେଁ

କେଉଁ ଆଡେ ଗଲେ ଚାଲି

ଏକ ଦିନ ପରେ ଫୋନ୍ ଆସିଲା

ବିବାହ କରିଛୁ ବୋଲି।

ରାମ ସୀତା ଦୁହେଁ କୋର୍ଟ ରେ ଯାଇ

ହୋଇଗଲେ ବାହାଘର

ତାଙ୍କ ବିବାହ କୁ ନେଇ ଗ୍ରାମବାସୀ

କେତେ ହେଲେ ହରବର।

ଏଣେ ହନୁମାନ ଭାଗ୍ୟ କୁ ନିନ୍ଦଇ

ଧିକାର କରଇ ସିନା

ଯାହା ପାଇଁ ଯାହା ବିଧାତା ଲେଖିଛି

କେ କରିବ ଆନ ମନା।

ସେହି ଦିନ ଠାରୁ ଲାଗି ଯେ ରହିଛି

ଗୋଷ୍ଠୀ କନ୍ଦଳ ର ଡ୍ରାମା 

ଏହାର ଶେଷ କେବେ ଯେ ହେବ

ବୁଝି ହେଉନାହିଁ ଜମା।

 ଆମ ଗାଁ ସୀତା ଙ୍କ ବିବାହ ସ୍ମୃତି 

ହୃଦୟେ ହୋଇଛି ଗାର

ସେହି ସମୟ ର ଦର୍ଶକ ମୁଁ ଯେ

ଅପାସୋରା ସ୍ମୃତି ମୋ'ର।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama