STORYMIRROR

Kabiratna Nutan Kumar Behera

Drama Classics Inspirational

4  

Kabiratna Nutan Kumar Behera

Drama Classics Inspirational

ପ୍ରଜାନୁରଞ୍ଜକ ହେ ଶ୍ରୀରାମ

ପ୍ରଜାନୁରଞ୍ଜକ ହେ ଶ୍ରୀରାମ

1 min
390


ପ୍ରଜାନୁରଞ୍ଜକ ହେ ଶ୍ରୀରାମ

ସୌମ୍ୟକାନ୍ତ ରୂପ ବୀରତ୍ଵରେ ଅନୁପମ

ନ୍ୟାୟବନ୍ତ ମର୍ଯ୍ୟାଦା ପୁରୁଷୋତ୍ତମ

ଅମ୍ଳାନ ବ୍ୟକ୍ତିତ୍ଵ ଚରିତ୍ର ଉତ୍ତମ

ଯୁଗାବତାରୀ ତୁମେ ମହାମହିମ

ପ୍ରକାଶିଲ ଯୁକାନ୍ତକାରୀ ପାର୍ଥିବ ପ୍ରେମ

ଦେବ ଦାନବ ମାନବ ନାହିଁ ତୁମ ସମ

ଅନନ୍ୟ ସୁଦକ୍ଷ ଶାସକ ତୁମେ ପରଂବ୍ରହ୍ମ

ପୁଣ୍ୟ ଅର୍ଜନେ ପୂର୍ଣ୍ଣ କଲ ଧରାଧାମ

ପ୍ରଜାନୁରଞ୍ଜକ ହେ ଶ୍ରୀରାମ

ଦଶରଥ ନନ୍ଦନ ଅଯୋଧ୍ୟାର ଯଶ ସୁନାମ

ପାଳି ପିତୃସତ୍ୟ ରଖିଲ ପୁତ୍ରର ଧର୍ମ

ପିତୃମାତୃ ଭକ୍ତି ଭାତୃ ସ୍ନେହ ଥିଲା ଅସୀମ

ଏକ ପତ୍ନୀ ବ୍ରତେ ନରୋତ୍ତମ

ପ୍ରଜାବୃନ୍ଦଙ୍କୁ ପାଳୁଥିଲ ପୁତ୍ର କନ୍ୟା ସମ

ତୁମେ ବିଦ୍ୱାନ ଯଶସ୍ଵୀ ତୁମେ ପରମ

କର୍ତ୍ତବ୍ୟ ପାଳନେ କରିଛ ମହାନ କର୍ମ

ତ୍ୟାଗ ଆଦର୍ଶରେ ଋଷି ପ୍ରତିମ

ପ୍ରଜାନୁରଞ୍ଜକ ହେ ଶ୍ରୀରାମ

ଶିବଧନୁ ଭଗ୍ନ କରି ଦେଖାଇଲ ପରାକ୍ରମ

ଦେବୀ ସୀତାଙ୍କର ହେଲ ପ୍ରିୟତମ

ବନବାସେ ରହି କଲ କଠିନ ପରିଶ୍ରମ  

ସୁଗ୍ରୀବଙ୍କ ମିତ୍ର ଭାବେ ରଖିଲ ଧର୍ମ

ବାଳୀ ବଧି କିଷ୍କିନ୍ଧ୍ୟାକୁ କଲ ପୁଣ୍ୟଧାମ

ବାନ୍ଧି ସେତୁବନ୍ଧ ପଥ କଲ ସୁଗମ

ରାବଣ ନିଧନେ ହଟାଇଲ ମହା ବିଷଦ୍ରୁମ

ଉଦ୍ଧାରି ସୀତାଙ୍କୁ ପାଳିଲ ପତି ଧର୍ମ

ପ୍ରଜାନୁରଞ୍ଜକ ହେ ଶ୍ରୀରାମ

ବିଭୀଷଣ ହନୁମାନଙ୍କର ହେଲ ପରମ

ଅଯୋଧ୍ୟାବାସୀଙ୍କର ଦୁଃଖ କରି ହୃଦୟଙ୍ଗମ

ସୁଶାସନେ ରହିଲ ଅକ୍ଳାନ୍ତ ଅବିରାମ  

ଦେଖି ମହର୍ଷି ବାଲ୍ମିକୀଙ୍କର ଆଶ୍ରମ

ସୀତାଙ୍କ ନିର୍ବାସନେ ଦୂରକଲ ପ୍ରଜାର ଭ୍ରମ

ବହୁ ବାଧାବିଘ୍ନକୁ କରି ଅତିକ୍ରମ

ଜୀବନଧାରା ପ୍ରବାହର ରଖିଲ କ୍ରମ

ତୁମେ ଅଦ୍ୱିତୀୟ ଯୋଗଜନ୍ମା ପୁରୁଷୋତ୍ତମ

ପ୍ରଜାନୁରଞ୍ଜକ ହେ ଶ୍ରୀରାମ ।

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama