STORYMIRROR

Anup kumar

Drama Romance Fantasy

4  

Anup kumar

Drama Romance Fantasy

ଇଛା ଅସରନ୍ତି

ଇଛା ଅସରନ୍ତି

1 min
392

ଇଚ୍ଛା ତ ଅସରନ୍ତି ନଦୀ ଟିଏ

ଯାହାର ଥଳ କୂଳ ମାପିବା

ଅସମ୍ଭବ

ଏମିତିରେ ତ ବହୁତ କିଛି

ପାଇବାକୁ ଇଚ୍ଛା ହେଉଥାଏ

ହେଲେ ସବୁ ଇଚ୍ଛା କଣ ଆମର

ପୂରଣ ହୁଏ?

ଯାହା ଇଚ୍ଛା କରୁ ତାହା କଣ

ପାଇ ହୁଏ ?

ନା ପାଇ ହୁଏନି ....


କିନ୍ତୁ ତୁମେ ଜମା ବ୍ୟସ୍ତ ହୁଅ

ନାହିଁ

ମୁଁ ତୁମ ଠାରୁ ବେସି କିଛି

ପାଇବାକୁ ଇଚ୍ଛା ରଖିନି


କେବଳ ଏତିକି ଚାହେଁ ଯେ

ଜଦି କେବେ ମୋ ଆଖିରେ

ଲୁହ ଆସେ

ସେଇ ଲୁହକୁ ପୋଛିବା ପାଇଁ

ଦରକାର ପଡୁଥିବା ହାତ

ପାପୁଲିଟା ତୁମର ହେଇ ଥାଉ


କେବେ ଯଦି ମୁଁ ଦଃଖରେ

ଭାଙ୍ଗି ପଡେ ନିଜକୁ ଅସହାୟ

ମନେ କରେ ତେବେ ମତେ

ତୁମ କାନ୍ଧର ସାହାରା ଦେଇ

ମତେ ତୁମେ ସମ୍ଭାଳି ନେବ


ଜୀବନର କଣ୍ଟକିତ ରାସ୍ତାରେ

ଚାଲୁଚାଲୁ

ଜଦି ମୁଁ ଥକି ଯାଇ ଲହୁଲୁହାଣ

ହୁଏ

 ତୁମ କୋଳ ମୋର ଦରକାର

ତୁମ କୋ ଳରେ ମୁଣ୍ଡ ରଖି ମୁଁ

ମୋର ଶେଷ ନିଶ୍ବାସ ନବା ପାଇଁ

ଚାହେଁ

ଏତିକି ଇଚ୍ଛା ତୁମେ କଣ ମୋର

ପୂରଣ କରିପାରିବନି 

କୁହ ପାରିବ ନା??


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama