STORYMIRROR

Anup kumar

Romance Fantasy

4  

Anup kumar

Romance Fantasy

ହେ ଜହ୍ନ

ହେ ଜହ୍ନ

1 min
238

ହେ ଜହ୍ନ...

ତୁମକୁ ମୁଁ ସମ୍ପୂର୍ଣ ମନରୁ ପାଶୋରି ପାରୁଛି...

ନା ଧରି ରଖି ପାରୁଛି

ଆଜି ଆଉ ତୁମକୁ ମୁଁ ଖୋଜୁନି l

ତୁମ ଭାବନାରେ ହଜି ଯାଉନି

ଚାନ୍ଦ ସେଦିନ ହଜିଗଲା

ମୋର ସମସ୍ତ ଭାବନା ଚାଲିଗଲା

ମୋର କବିପଣ ହଜିଗଲା

ତଥାପି ମୁଁ ମୋ ଜହ୍ନକୁ ଅପେକ୍ଷା କରୁଥିଲି

କାଳେ ସେ ଆସିବ

ମୋତେ ଭାବନାରେ ହଜାଇ 

ଏକ ମହାକାବ୍ୟ ସୃଷ୍ଟିର ପ୍ରେରଣା ଯୋଗାଇ ଦେବ ll


ହେ ମୋର ଚାନ୍ଦ...

ତୁମେ ସୁନ୍ଦରତାର ପ୍ରତୀକ

ମୁଁ ପ୍ରତିଦିନ ବଗିଚାରେ ବସି ଚାନ୍ଦକୁ ଅପେକ୍ଷା କରେ

ଚାନ୍ଦ କେବେ ଆସେ.. କେବେ ନାହିଁ

କିନ୍ତୁ ମୋ ପ୍ରତୀକ୍ଷା ଚାନ୍ଦ ପାଇଁ ଥିଲା ନିଶ୍ଚିତ l


ମୁଁ ପୁନେଇଁ ରାତିରେ ଦୁଇଟି ଜହ୍ନ ଦେଖୁଥିଲି

ଗୋଟିଏ ରୁପାଥାଳି ଆକାଶର ଜହ୍ନ

ସେ ସମସ୍ତିଙ୍କ ହରୁଥିଲା ମନ

କିନ୍ତୁ ଅନ୍ୟ ଜହ୍ନଟି କେବଳ ମୋର

ମୋ ହୃଦୟ ସହିତ ଯୋଡ଼ା ଥିଲା

ଏକ ଅଦୃଶ୍ୟ ତାର ତା ସହିତ

ମୁଁ ରାତିରେ ଦୁଇ ଦୁଇ ଜହ୍ନର ପ୍ରେରଣା ପାଇ

ଲେଖୁଥିଲି ଅସଂଖ୍ୟ କବିତା ll


ହେ ଜହ୍ନ...

ତୁମକୁ ଖୋଜୁନି ଆଜି ମୋ ମନ

ଆଉ ହେଉନିମୋ ମନ ଉଚ୍ଛନ୍ନ

ମୋର ଜହ୍ନ ପ୍ରତି ସରାଗ ତୁଟିଛି

ମୋ କଲମରୁ ଆଉ ଝରୁନି ପ୍ରେମ କବିତା

ଯେଉଁଦିନ ମୋର ସେ ହୃଦୟର ଜହ୍ନ ଚାଲିଗଲା...

ମୁଁ ସେଦିନଠୁଁ ଭୁଲି ଯାଇଛି ଆକାଶର ଜହ୍ନକୁ ଦେଖିବା

ଆଜି ଆକାଶର ଜହ୍ନ ଦେଖି ଚିଡ଼ା ଚିଡ଼ା ଲାଗେ

ମଳୟ ପବନ... କୁହୁ ତାନ ଠାରୁ ମୁଁ ଦୂରରେ

ମୋ କଣ୍ଠ ଭାଙ୍ଗି ଯାଇଛି

ସଂଗୀତ ମୂର୍ଚ୍ଛନା ଶତ କୋଷ ଦୂରରେ ଅଛି

ମୋ ପାଖରେ ବୁଲନ୍ତି ମାଳ ମାଳ ରୁକ୍ଷ ପ୍ରବନ୍ଧ

ସେମାନେ ଆଜି ମୋ ଜୀବନର ଅଙ୍ଗ ପାଲଟି ଯାଇଛନ୍ତି

ଆଜି ଆକାଶର ଚାନ୍ଦକୁ ମୁଁ ଆଖି ମିଳାଇ ଦେଖି ପାରୁନି

ମୁଁ କେବଳ ପଦେ କୋମଳ କଣ୍ଠରେ କହିପାରେ....


ଚାନ୍ଦଗୋ ତୁମେ ଆସନା

ତୁମେ ନୁହଁ ମୋ ଭାବନା 

ଭୁଲି ଯାଏ ଵୋଲି କହି ଦିଏ ସିନା

ସତରେ ମୁଁ ଭୁଲି ପାରେନା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance