Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anup kumar

Classics Others

4.0  

Anup kumar

Classics Others

ଇଶ୍ଵରଙ୍କୁ ପ୍ରଶ୍ନ

ଇଶ୍ଵରଙ୍କୁ ପ୍ରଶ୍ନ

1 min
63


ମନରେ ମୋର ଅସମ୍ଭାଳ ପ୍ରଶ୍ନ ଉଙ୍କିମାରେ

ଆକ୍ତା ମାକ୍ତା କରେ ଅନ୍ତର ଭିତରୁ ହେଲେ

ମୋର କି ଅଧିକାର ଅଛି ଯେ ତୁମକୁ ପ୍ରଶ୍ନ କରିବାକୁ ?


ନିଜକୁ ନିର୍ଭେଜାଲ ଭାବେ ପୂର୍ଣ୍ଣ ସମର୍ପଣ

କଲା ପରେ ଆପେ ଆପେ

ମିଳିଯାଏ ସମସ୍ତ ପ୍ରଶ୍ନର ଉତ୍ତର ।


ଚେତନାର ରନ୍ଧ୍ର ରନ୍ଧ୍ରରେ ତୁମେ ଯେବେ

ଜ୍ଞାନ ରୂପରେ ବିଦ୍ୟମାନ ସେତେବେଳେ

ପ୍ରଶ୍ନର ପ୍ରଶ୍ନ ଉଠେନି ଈଶ୍ବର !


କି ପୂଜା କି ଅର୍ଚ୍ଚନା ?

ମୋର ଏ ଛୋଟିଆ

ଜୀବନଟା ତ ତୁମର ଶ୍ରୀମନ୍ଦିର ।


Rate this content
Log in

Similar oriya poem from Classics