STORYMIRROR

Anup kumar

Romance

4  

Anup kumar

Romance

ନିତି ଭାବେ ତୁମକୁ

ନିତି ଭାବେ ତୁମକୁ

1 min
217


ଭୁଲି ପାରୁନାହିଁ ଭୁଲିବି କିପରି

ଅତୀତ ଅଭୁଲା ସ୍ମୃତି

ତୁମେ ଗଲା ଠାରୁ ଝରି ପଡେ ଖାଲି

ଆଖି ଲୁହ ଧାର ତାତି ।।

ଛାଇ ଆଲୁଅରେ ମୋ ଛାଇକୁ ଦେଖି

ଭାବେ ଅଛ ପାଶେ ମୋର

ଆବେଗେ ଅନାଇ ଲୁଚିକାଳି ଖେଳ

ପ୍ରେମରେ ହୋଇ ଅଧିର ।।

ଆଖି ପତାତଳ ଉଷୁମ ଲୋତକେ

ଲବଣାକ୍ତ ହୁଏ ଓଠ

ହୃଦୟ ଵେଦନା ସହିହୁଏ ନାହିଁ

ମନେ ଲାଗେ ଭାରି କଷ୍ଟ ।।

ହୃଦୟେ ବାନ୍ଧିଲି ଅଭୁଲା ଅତୀତ

ସମୟ ଫେରଇ ଧିରେ

ସତେ ଅବା ଏଇ ଯାତରା ପଥରେ

ଦେଖା ହେବ ନାହିଁ ଥରେ ।।

ନିର୍ଜନ ନିଶିଥେ ଖୋଜେ ମୁଁ ଏକାନ୍ତେ

ଅଜଣା ପରି ରାଇଜେ

ଆଖିର ଲୋତକ ଭରି ଯାଏ ମୋର

ଅନ୍ଧକାରେ କେଡେ ଖୋଜେ ।।

ଦୁଃଖ ନାହିଁ ମୋର ମନରେ ଟିକିଏ

କାନ୍ଦିବି ମୁଁ କାହା ପାଇଁ

ଯିବାକୁ ଖୋଜୁଛି ଦୂର ଚଲାପଥ

ଅତୀତ ର ସ୍ମୁତି ନେଇ ।।

ଅଫେରା ବାଟୋଇ ଅଦିନ ବାଟୋଇ

ଫେରିଗଲେ ଯେ ଯାହା ପଥେ

ଫେରିବାନି ଆଉ ଅଫେରା ରାଇଜୁ

ଏବେ ରବି ଦୁର ପରବତେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance