ଜହ୍ନ
ଜହ୍ନ
ସମସ୍ତେ ଦେଖନ୍ତି ଜହ୍ନରେ ପ୍ରେମିକା
ହେଲେ ମୁଁ ଦେଖେ
ମୋ ପ୍ରିୟା ଭିତରେ ଜହ୍ନ ,
ତୁଳନା କରନ୍ତି ଜହ୍ନର ରଙ୍ଗକୁ
ପ୍ରେମିକା ରଙ୍ଗରେ
ହେଲେ ମୁଁ ଦେଖେ
ମୋ ପ୍ରିୟାର ସଫା ମନ ।
ଲାଗିଛି କଳଙ୍କ ଜହ୍ନର ରଙ୍ଗରେ
ତଥାପି ସେ ହୁଏ
ସୁନ୍ଦର ସଭିଁଙ୍କ ପାଇଁ,
ମୋ ପ୍ରିୟା ମନ ତ ଜହ୍ନ ଠାରୁ ସଫା
କାହିଁକି ନ ହେବ
ସୁନ୍ଦର ସେ ମୋ ପାଇଁ ।
ଜହ୍ନ ଆସେ ନିଜ ସମୟକୁ ଦେଖି
ନିଜର ସୁବିଧା ନେଇ
ମୋ ପ୍ରିୟା ତ ଭଲ ତା ଠାରୁ ଅଧିକ
ଆସେ ମୋର ଖୁସି ପାଇଁ ।
ମୋ ପ୍ରିୟାର ଏତେ ଖୁସି ଦେଖି ଦେଇ
ଜହ୍ନ ଈର୍ଷା ରେଜଳି ଯାଏ,
ସେଥି ପାଇଁ ଜହ୍ନ ଖାଇଛି ନିୟମ
ପକ୍ଷେ ଛିଡି ପକ୍ଷେ ବଢ଼ି ଯାଏ ।
ପୂର୍ଣ୍ଣିମାରେ ଆସି କହି ଦିଏ ଜହ୍ନ
କେତେ ଦାଗ ତାର ଦେହେ
ମୋ ପ୍ରିୟାକୁ ଦେଖି ,ଅମାବାସ୍ୟାରେ ସେ
ଆକାଶ ରେ ଲୁଚି ଯାଏ ।
ବାଦଲ ଭିତରେ ଲୁଚି ଯାଏ ଜହ୍ନ
ମୋ ଖୁସି କୁ ଦେଲେ ଦେଖି,
ତଥାପି ଜହ୍ନ ର ସାହସ କୁ ଦେଖ
ବାଦଲୁ ବାହାରି ହସି ଦିଏ ଫିକିଫିକି ।