STORYMIRROR

Bijay Prusty

Drama Action

4  

Bijay Prusty

Drama Action

ଅଭିଶପ୍ତ ଶୈଶବ

ଅଭିଶପ୍ତ ଶୈଶବ

1 min
389

ଅଭିଶପ୍ତ ଶୈଶବ


ସ୍ୱାଦିଷ୍ଟ ଖାଦ୍ୟର ମହକରେ ମୋର

ପାଟିରୁ ବୋହୁଛି ନାଳ

କିଏ କିଆଁ ଆମ ଭୋକକୁ ବୁଝିବ

ପାଟିରେ ଦେବ ଆହାର I

ବାପା ମାଆ ଦୁହେଁ ପର ଦୁଆରକୁ

ଯାଇଛନ୍ତି ମୂଲ ଲାଗି

ମୁଣ୍ଡର ଝାଳକୁ ତୁଣ୍ଡରେ ମାରନ୍ତି

ପେଟ ଚାଖଣ୍ଡକ ଲାଗି I

ମଜୁରୀ ପଇସା ମିଳିଗଲେ ବାପା

ପେଟେ ମଦ ଦେବେ ପିଇ

ଜୋର ଜବରଦସ୍ତ ମାଆର ମଜୁରୀ

ତାଠାରୁ ନେବେ ଛଡାଇ I

ବାବୁ ଘରୁ ଯଦି ବଳକା ଅଇଁଠା

ମାଆ ନେଇ ଆସିଥିବ

ଆମକୁ ସେସବୁ ଖୋଇଦେଇ ନିଜେ

ପାଣିପିଇ ଶୋଇଯିବ I

କାଲି ସକାଳ ଠୁ ଖାଇବା ଦୋକାନ

ଆଗରେ ବୁଲିବି ଯାଇ

ଅଇଁଠା ଖାଦ୍ୟ ମୁଁ ଗୋଟାଇ ଆଣିବି

ଦେବି ଲୋ ତେତେ ଖୁଆଇ I

ସୁନାଭଉଣୀ ମୋ ହସିଦେ ଟିକେଲୋ

ଝରାନା ଆଖିରୁ ଲୁହ

ତୋ ବଡଭାଇ ମୁଁ କେମିତି ସହିବି

ଦେଖି ତୋ ଶୁଖିଲା ମୁହଁ I

        


Rate this content
Log in

Similar oriya poem from Drama