Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Abstract Drama Inspirational

4.5  

Jayashree Maharana

Abstract Drama Inspirational

ଉଦ୍ଭାସିତ ନାମ ତଵ

ଉଦ୍ଭାସିତ ନାମ ତଵ

1 min
297


ଉତ୍କଳ ସାହିତ୍ୟ ବିଶାଳ ଆକାଶେ

ଉଜ୍ଜ୍ୱଳ ତାରକା ସାଜି

କାଳଜୟୀ କୃତି ଭେଟି ଦେଇଅଛ

ସାଧନାରେ ମଜ୍ଜି ମଜ୍ଜି ।


ତୁମ୍ଭ ଜ୍ଞାନଜ୍ୟୋତି ଭାଷା ସାହିତ୍ୟରେ

ଅନ୍ଧକାର କରି ନାଶ

ନୂତନ ଦିଗନ୍ତ ଦେଖାଇଛ ସଦା

ଭରି ଭାଷା ଭାବ ରସ ।


ସାହିତ୍ୟ ସାଧନା ଜୀବନର ବ୍ରତ

ବିଶ୍ୱପ୍ରେମେ ମଗ୍ନ ପ୍ରାଣ

କାବ୍ୟ କବିତାକୁ ଜ୍ୟୋସ୍ନା ସ୍ନାତ କରି

ବଢାଇଛ ତା'ର ମାନ ।


ସ୍ୱଚ୍ଛ ନିରିମଳ ସ୍ଵଭାବ ସୁଲଭ

ଶାନ୍ତ ମୁଖ ମଣ୍ଡଳରେ

ସର୍ଜନାର ଶୋଭା ଫୁଟିଉଠୁଥିଲା

ଅମର ଯେ ସାହିତ୍ୟରେ ।


ପୂର୍ଣ୍ଣିମା କିରଣେ ଜାଜ୍ୱଲ୍ୟ ଜୀବନ

ଜାଳିଛ କୃତିର ଦୀପ୍ତି

ପ୍ରଣୟ ବଲ୍ଲରୀ ତପସ୍ୱିନୀ କାବ୍ୟ

ମୋହିନିଏ ସର୍ବ ମତ୍ତି ।


ଗଙ୍ଗା ପରି ପୂତ ଯୋଗ୍ୟତମ ସୁତ

ଓଡ଼ିଶାର ଗଉରବ 

ଗଙ୍ଗାଧର ରୂପେ ଦୂର ଦିଗବଳୟେ

ଉଦ୍ଭାସିତ ନାମ ତଵ ।


ଅମାବାସ୍ୟା ତିଥି ଅନ୍ଧକାରେ କାୟା

ନିଶ୍ଚିହ୍ନ ହୋଇଛି ସତ

ଅଲିଭା ଅକ୍ଷରେ ଲିପିବଦ୍ଧ କଳା

ଅମ୍ଳାନ ଜଗତେ ନିତ୍ୟ ।



Rate this content
Log in

Similar oriya poem from Abstract