STORYMIRROR

Manoja kumar Pattnayak

Drama Action Fantasy

4  

Manoja kumar Pattnayak

Drama Action Fantasy

ପ୍ରେମର ଆରମ୍ଭ ଓ ଶେଷ

ପ୍ରେମର ଆରମ୍ଭ ଓ ଶେଷ

1 min
239

ତୋ ଚେହେରା ଯେବେ ମଲ୍ଲିଫୁଲ ପରି

ବାସିଲା ଲୋ ଗୋରୀ ମତେ

ହୃଦୟ ଭିତରେ ତୋ ପାଇଁ ଲୋ ପ୍ରିୟା

ଘରଟେ ତୋଳିଚି ସତେ

ସେଇ ଘରେ ପରା ମୁଁ ରାଜା ତୁ ରାଣୀ

ହୋଇ ରହିଥିବା ସାଥି

ତୁ ଥିଲେ ମୋ ସାଥେ ସବୁ ଜହ୍ନ ରାତି

ଭାବନାରେ ଯାଏ ବିତି 

ତତେ ଭାବି ଭାବି ଲେଖୁଥାଏ ବସି

ପ୍ରେମର ଅକୁହା କଥା

ପ୍ରତିଟି ମୁହୂର୍ତ୍ତେ ତୋ ମନର କଥା

ମୋ ମନରେ ଦିଏ ବାର୍ତ୍ତା

ମୋ ମନ ଭିତରେ ପ୍ରତି ମୁହୂର୍ତ୍ତରେ

ଭାବନାରେ ଥାଅ ତମେ

ସେଇ ଭାବନାରେ ଖୋଜୁ ଥାଏ ନୀତି

ଆସୁ ଥାଅ ମନେ ତୁମେ

ନୂଆ ପ୍ରେମ ତୁହି ବାଛିନେଲୁ ସାଥି

ପୁରୁଣା କୁ ଗଲୁ ଭୁଲି

ମୋର ଏ ମନକୁ ଭାବିତୁ ଖେଳନା

ଖେଳି ଦେଇ ଗଲୁ ଚାଲି

ପ୍ରଥମ ଦେଖାରେ ଭଲପାଇ ଗଲି

ମନ ଦେଇ ଦେଲି ତତେ

ସେଥି ପାଇଁ ପରା ପାଗଳଟେ ସାଜି

ଖୋଜୁଛି ଆଜୀ ମୁଁ କେତେ

ମନ ଦେଇଥିଲି ଭଲ ପାଇଥିଲି

ପ୍ରେମ କରିଥିଲି ଥରେ

ସେଥି ପାଇଁ ପରା ପାଗଳଟେ ସାଜି

ପ୍ରତି ମୁହୂର୍ତ୍ତ ରେ ମରେ

ଛଳନା ଛୁରୀରେ ମୋ ଛାତି ଚିରିଲୁ

ଦେଇଗଲୁ ମୋତେ ଧୋକା

ଏବେ ମୁଁ ଭାବୁଛି ତୁଥିଲୁ ସିଆଣୀ

ମୁଁ ହେଇଗଲି ବୋକା

ପ୍ରତାରଣା ଯଦି ଶିଖିବାର ଅଛି

ତୋଠାରୁ ଶିଖିବେ ପ୍ରିୟା

ହୃଦୟ ଟା ତୋର ପ୍ରତାରଣା ଭରା

ମୁଁ ଜାଣିପାରିଲିନି କିଆଁ

କାହାରି ଭାଗ୍ୟରେ ତୋ ପରି କପଟୀ

ନ ମିଳୁଲ ପ୍ରିୟା କେବେ

ଆଜି ମୁଁ ଯେମିତି ଜୀଅନ୍ତା ଜଳୁଚି

ତୁବି ଜଳିବୁ କେବେ ନା କେବେ

ଏବେ ଶିଖି ଗଲି ଏବେ ବୁଝି ଗଲି

ପ୍ରେମରେ ଛଳନା କେତେ

ପ୍ରେମ କରିବିନି ଆଉ ମାରିବିନି

ହାତ ଯୋଡୁଛି ମୁଁ ତୋତେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama