Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Saphala Das

Children Stories Drama Romance

4  

Saphala Das

Children Stories Drama Romance

ବର୍ଷା ସହ କିଛି ସ୍ମୃତି

ବର୍ଷା ସହ କିଛି ସ୍ମୃତି

1 min
420



ବରଷା କାଳ ଅଟେ ମଙ୍ଗଳ କାରୀ

ପାଳଇ ପରଜାଙ୍କୁ ବରଷାକୁ ବରଷି ବାରି ।


ଭାରି ମନ ହୁଏ ବରଷା କାଳରେ 

ଫେରି ଯାଆନ୍ତି କି ଗାଁ କୁ

ଶୁଭନ୍ତା ବେଙ୍ଗର କଟର ମଟର

ବୋଉ ଡାକ ପାଠ ପଢାକୁ ।

 

ବିଛଣାରେ ଶୋଇ ସପନ ଦେଖନ୍ତି

ହାତରେ କାଗଜ ଡ଼ଙ୍ଗା

ଅଧା ବେଳିକିଆ ସ୍କୁଲ ଛୁଟିରେ

ଆଈ ହାତେ ଛତା ଭଙ୍ଗା ।


ଟାଣି ଟୁଣି ହୋଇ ଓଦା ହେବା ମଜା

କାଦୁଅ ପଚର ପାଚର

ଖାତା ଚିରି ଡ଼ଙ୍ଗା ଭସେଇବା ଜାଣି

ଖାଇଥିବା ଵେତ ପ୍ରହାର ।


ଭିନ୍ନ ଭିନ୍ନ ପନି ପରିବା ସାଙ୍ଗକୁ

ଖାଇବା ପିଇବା ବୋଉ ଜଗେ

ପାଣି ଫୁଟକାକୁ ଟେକାଟା ମାରିଲେ

ଛିଟିକାଟି ଦେହେ ଭଲ ଲାଗେ ।


ବିଜୁଳି ଶବଦ ଘଡଘଡି କାନେ

ତାସ ଖେଳରେ ବିତେ ଦିନ

ବରଷା କାଳଟି କେତେ ଖୁସି ଦିଏ

ଚଷା ଭାଇ ଗୀତ ଶୁଣେ କାନ ।



Rate this content
Log in