STORYMIRROR

Sunanda Mohanty

Drama Romance Others

4  

Sunanda Mohanty

Drama Romance Others

ପ୍ରିୟାର ଓଢଣୀ

ପ୍ରିୟାର ଓଢଣୀ

1 min
405

ଏଇ ସାତରଙ୍ଗ ଇନ୍ଦ୍ରଧନୁ ବାଘନିସହନାଲା ରଙ୍ଗେ 

ପ୍ରିୟାର ଓଢଣୀ ବାସେ 

ମିନାକରା ଆକାଶରେ ବାଦଲର ଉହାଡରେ 

ପ୍ରିୟାର ଓଢଣୀ ଦିଶେ 

ଘନ ନୀଳ ଯେବେ ଛାଇଯାଏ ଓଢଣିରେ 

ଲାଗେ ପ୍ରିୟା ଅଛି ପାଶେ 

ହଳଦୀ ରଙ୍ଗରେ ଓଢଣୀ ସାଜିଲେ 

ଲାଗେ ଲାଜବତୀ ରୁଷେ 

ପ୍ରିୟାର ଓଢଣୀ ଗୋଲାପୀ ହୋଇଲେ 

ସବୁ ରୁତୁ ବାସ ଆସେ 

ଓଢଣୀର ରଂଗ ଲାଲ ହେଇଗଲେ 

ସାଧବ ବୋହୁଟି ହସେ 

ମୋ ପ୍ରିୟା ଓଢଣୀ ମୟୂରୀ ସାଜିଲେ 

ମେଘ ବର୍ଷା ସବାରୀରେ ଆସେ 

ମୋ ପ୍ରିୟା ଓଢଣୀ କେତକୀ ମାଖିଲେ 

ବିରହୀ ବିରହ ଝାସେ 

ପ୍ରିୟାର ଓଢଣୀ କୁହୁ ତାନ ଭାରି 

ଲାଜବତୀ ଲାଜେ ରସେ 

ମୋ ପ୍ରିୟା ଚଗଲି ଓଢଣୀ ମଖମଲି 

ନାଲି ନାଲି ଖାଲି ଦିଶେ 

ମୋ ପ୍ରିୟା ଓଢଣୀ କହେ କାଦମ୍ବିନୀ 

ଫୁଲ ଫଗୁଣରେ ମିଶେ 

ମୋ ପ୍ରିୟା ଓଢଣୀ କନକ ବରଣୀ 

କାଠଚମ୍ପା କାଳେ ରୁଷି ବସେ 

ମୋ ପ୍ରିୟା ଓଢଣୀ ଉଡିଗଲେ ଥରେ 

କନକ ଚମ୍ପା ତାରା ଫୁଲ ହୋଇ ଖସେ 

ମୋ ପ୍ରିୟା ଓଢଣୀ ସାଜି ସୁନା ର ଗଉଣୀ 

ଦୂରୁ ଶୋଭାବତୀ ଦିଶେ 

ମୋ ପ୍ରିୟା ଓଢଣୀ ଭିତରେ ଲାଜବତୀ ସାଜି 

ସଜ ଫୁଟା ଫୁଲ ପରି ହସେ 

ପ୍ରିୟା ର ଓଢଣୀ ଯେବେ ସପ୍ତଫେଣୀ 

ରୂପ ରଂଗ ବେଶ ବାସେ 

ମୁଁ ଭାବେ ବୋଧେ ପ୍ରିୟା ଓଢଣୀ ରେ 

କାଇଁଚ ମାଳିଆ ଧରି ସୁନାର ଥାଳିଆ ଖସେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama