ଗୁହାରି ମୋ ହରିଙ୍କି
ଗୁହାରି ମୋ ହରିଙ୍କି
ହରିହର ହେ ବନମାଳୀ,
ଏ ଧରଣୀ ରଚନା କାହିଁ ପାଇଁ କି ?
ଏ ସାରା ବିିିଶ୍ୱବ୍ରହ୍ମାଣ୍ଡରେ
ମନେ କିଛି ଆଉ ଆସିଲା ନାହିଁ କି ?
ରଚିଲ ଗୋଲକ ପୃଥିବୀ,
ସେଥି ମନୋରମ ବନାନି ଭରିିିକି,
ସୁୁନ୍ଦର ନଦୀ,ଝରଣା ,
ବିବିଧ ପକ୍ଷୀପଶୁ ସୃଜିଲ ଯେ ତହିଁକି।
ଶାାନ୍ତ ଶୋଭନ ପ୍ରକୃତିରେ
ମନ ତୁୁମ ପୁୁରିଲା ନାହିଁ କି ?
ତାପରେ ଗଢିଲ ଦୁର୍ଦ୍ଦାନ୍ତ ଜୀବ
ଏ ମଣିଷକୁ ପୁୁଣି କାହିଁକି ?
ଗଢିଲ ତ ଗଢିଲ ତାରେ
ମାନବିକତା ହୃଦୟ ବହ୍ନି ଜାଳିିିକି,
ଭୁୁୁଲ୍ ବଡ କରିଦେଲ ପ୍ରଭୁ ,
ବୁଦ୍ଧିଆ ମଗଜଟା ତାକୁ ଦେଇକି।
କରୁଛି ତାଣ୍ଡବ ଯେତେ ଧରାରେ,
ବିଧ୍ୱଂସବସ୍ତୁ ଅଭିନବ ରଚିିକି।
ଜଳେ,ସ୍ଥଳେ ନଭେ କାହିଁ କୁୁହ ତ,
ଧ୍ୱଂସଲୀଳା ତା ବାକି ଅଛି କି ?
ପୃଥିବୀ ତ ପୃଥିବୀ ମହାକାଶେ ବି
ବୌମଯାନେ ଉଡି ବୁଲିକି,
ବର୍ଯ୍ୟବସ୍ତୁ ଯେତେ ଛାଡିଛି ,
ଉପଗ୍ରହ ମାନ ପ୍ରେରଣ କରିିିକି।
ଏତିକି ରେ ଏ ମାନବ କ'ଣ ,
ଶାନ୍ତିରେ ରହୁଛି ବସିକି?
ଚନ୍ଦ୍ର ଆଉ ମଙ୍ଗଳକୁ ବି ଚଷୁଚି
ଯନ୍ତ୍ରପାତି କେଜାଏ ଛାଡିକି।
ନିିଜେ ଗଢି ନିିଜେ ଭାଙ୍ଗୁୁୁଛି ,
ବୁୁଦ୍ଧିମାନ ବୈଜ୍ଞାନିିକ ସାଜିକି।
ତୁମ ପ୍ରଦତ୍ତ ଚାରୁ ତରୁବନ,
ନଦୀ, ପର୍ବତ କାଟି କୁଟିକି;
ବନ୍ୟା,ମହାବାତ୍ୟା ଡାକିଛି,
ବିଶ୍ୱତାପାୟନ ବୃଦ୍ଧି କରିକି।
ବଳଶାଳୀ ବୋଲାଉଛିି,
ମହାମାରୀ ଭୂତାଣୁ ହାତେ ଗଢିକି,
ଶିିକ୍ଷା ପାଉନି ତଥାପି,
ପୋକ ମାଛି ପରି ମଣିଷ ମାରିକି।
ସତ୍ୟ, ଦ୍ଵାପରେ ସଂହାରିଚ ଦୁଷ୍ଟ
ଭୂୂ ପରେ ଜନମ ନେଇକି।
ଦୁୁର୍ଦ୍ଦାନ୍ତ ନର ତାରଣେ କଳିରେ ,
କିଆଁ ନ କର ଉପାୟ ତହିଁକି ?
ବାମନ ଅବତରି ପାଦକାଢି
ଚାପିଲ ପାତାଳେ ବଳୀକି ।
ବାଳକୃଷ୍ଣ ହେ ,ନାଶିଲ ପୁତନା
କ୍ଷୀରରେ ଜୀବନ ଶୋଷିକି।
ତାରିଥିଲ ପୁଣି ହିରଣ୍ୟକଶ୍ୟପୁ,
ସିଂହନଖେ ଅନ୍ତ ବିଦାରିକି।
ଶାନ୍ତି ସ୍ଥାପିଲ ମଥୁରାରେ,
ମାମୁଁ କୁ ତଳେ କଚାଡିକି।
ଏଥର ଧରାଧାମେ ଅବତରି
ଆସି ପାରିବ ନାହିଁ କି ?
ପୁୁୁରା ଭୂଲୋକ ଟାକୁ ଅଜ୍ଞାନୀ
ନରାଧମକୁ ଟେକି ଦେଇକି;
ନିଶ୍ଚିନ୍ତ ନ ରୁୁହ ସାଆନ୍ତେ,
ରତ୍ନ ସିଂହାସନେ ବସି ରହିକି।
କିିସୁଖ ପାଉଛ କଅଁଳ ଶିଶୁଙ୍କୁ
ଅନାଥ କରି ଦେଇକି?
କେମିତି ଚାହିଁଛ ବୁଢ଼ାବାପଠୁ
ଭେଣ୍ଡା ପୁଅକୁ ଛଡେଇ ନେଇକି ?
ଦିଅ ଜଗତନାଥ ପୃୃଥ୍ୱୀଲୋକକୁ
ମହାମାରୀରୁ ଉଦ୍ଧରିକି।
ଦେଖାଅ ସୁପଥ ଉଦଣ୍ଡ ଏ ମଣିଷକୁ
ଶାସ୍ତି ଉଚିତ ଦେଇକି।
କେଜାଏ ଗୁହାରି କଲିଣି,
ଭାବନାରେ ବହି ଯାଇକି ! !
ଶାନ୍ତି ମେଞ୍ଚାଏ ବୁଣିଦିଅ ଭୂଲୋକେ
ଶେଷ ମୋ ଗୁହାରି ହରିଙ୍କି ।
🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏