STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Drama Classics

3  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Drama Classics

ଈଶ୍ୱରଙ୍କୁ ପ୍ରଶ୍ନ ଓ ଉତ୍ତର

ଈଶ୍ୱରଙ୍କୁ ପ୍ରଶ୍ନ ଓ ଉତ୍ତର

1 min
230


         ( ୧ )

ହେ ଈଶ୍ଵର ! ପରଂବ୍ରହ୍ମ ପ୍ରଭୁ ତୁମେ 

ସର୍ବମୟ ହର୍ତ୍ତା କର୍ତ୍ତା ବିଧାତା, 

ତୁମ ଆଜ୍ଞାରେ ଏ ସୃଷ୍ଟି ହୁଏ ଆତଯାତ 

ତୁମ ଆଶିଷେ ମିଳେ ଜୀବନର ସାର୍ଥକତା। 

ସଭିଏଁ କୁହନ୍ତି ତୁମ ଆଜ୍ଞା ବିନା 

ହଲେ ନାହିଁ କି ଖସେ ନାହିଁ ଗଛରୁ ପତ୍ରଟିଏ, 

ତୁମରି ଆଜ୍ଞାରେ ଚନ୍ଦ୍ର ସୂର୍ଯ୍ୟ ହୁଅନ୍ତି ଉଦୟ 

ତରଙ୍ଗାୟୀତ ହୁଏ ସାତ ସମୁଦ୍ର

ତୁମେ ସବୁରି ପ୍ରାଣର ସ୍ପନ୍ଦନଟିଏ। 

ତଥାପି ଅଜ୍ଞାନତାର ଧ୍ରୃଷ୍ଟତା ପଣେ 

ମନରେ ଅହରହ ସୃଷ୍ଟି ହୁଏ ଏକ ପ୍ରଶ୍ନବାଚୀ ?


ଉତ୍ତର ତାର ପାଏ ନା ମନରୁ ପାଞ୍ଚି। 

ଭଲ ଯା' ଯା' ହେଉଛି ଏ ସଂସାରରେ 

ସବୁର ଯଦି ତୁମେ ହିଁ ଏକ ମାତ୍ର କାରଣ, 

ତେବେ ଯେତେ ଅବାଞ୍ଛିତ ଘଟାଣା ଘଟୁଛି 

ତା ପାଇଁ ଦାୟୀ କିଏ... 

ସର୍ବମୟ କର୍ତ୍ତା ଭାବରେ ନୁହଁ ତ ତୁମେ ?

ଖୋଜି ପାଏନା ମୁଁ ତାର ପ୍ରମାଣ। 

        ( ୨ )

ଅନ୍ତରର ନିବୃତ କୋଣରୁ 

ତାଙ୍କର ଅସ୍ତିତ୍ୱର ପ୍ରମାଣ ଦେଇ 

ସ୍ମିତହାସ୍ୟେ ଉତ୍ତର ଦେଇ 

ଶୂନ୍ୟବାଣୀ ଶୁଣାଇ କହିଲେ ଈଶ୍ଵର, 

ହେ ମାନବ ! ମୋ ପ୍ରିୟ ଆତ୍ମନ୍ 

ମୋ ଅଂଶରୁ ତୁମେ ସବୁ ହୋଇ ଜାତ 

ହୋଇଛ ସ୍ଵତନ୍ତ୍ର ସ୍ଵାଧୀନ ନିର୍ବିକାର। 

ମୋ ଉପରେ ଭରସା ବିଶ୍ଵାସ ରଖି 

ନିଜକୁ ଯିଏ କରିଥାଏ ସଂପୂର୍ଣ୍ଣ ସମର୍ପଣ 

ଯୁଗେ ଯୁଗେ ତା' ସାଥେ ମୋ ସଂପର୍କ 

ଅତୁଟ ହୋଇ ରହିଥାଏ ସଦା ଏକ ଓ ଅଭିନ୍ନ, 

ଦୈତ୍ୟ ମତବାଦରେ କରି ମୋତେ ଭିନ୍ନ ଭିନ୍ନ

ଦେଖାଏ ଯିଏ ନିଜର ସ୍ଵେଚ୍ଛାଚାରିତା ଗୁଣ 

ତାର ସଂହାର ପାଇଁ ଧର୍ମ ସଂସ୍ଥାପନ କରିବାକୁ 

କରେ ମୁଁ ବାରମ୍ବାର ତା' ଉପରେ ଦଣ୍ଡ ବିଧାନ। 

ଥିବା ଯାଏଁ ପାଶେ କାଣିଚାଏ ଗର୍ବ ଅହଙ୍କାର 

ହୃଦୟ ତାର ହୁଏ ନାହିଁ ଅନାସକ୍ତ ପବିତ୍ର, 

ସୃଷ୍ଟିର ଏ ଚିରନ୍ତନ ସତ୍ୟ ଶାଶ୍ଵତ ସନାତନ 

ହୃଦୟଙ୍ଗମ କରି ନ ପାରିଲେ ଲାଗେ ବିଚିତ୍ର। 

ବିଧିର ବିଧାନେ ହୃଦେ ଅଛି ସଭିଙ୍କ ଦିବ୍ୟଜ୍ଞାନ 

ବିନିଯୋଗେ ନିଜକୁ କରେ ଜଣେ ଉଦ୍ଧାର, 

ଅସତ୍ ବିନିଯୋଗେ ପାଏ ଅଧିଦୈବିକ କଷଣ 

ନ ହେବା ଯାଏଁ ଅନ୍ତଃକରଣରୁ ସୁଧାର। 

    






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama