STORYMIRROR

jumarnath patra

Drama

3  

jumarnath patra

Drama

ଆଡ୍

ଆଡ୍

1 min
264


ସମସ୍ତ ସାକ୍ଷୀ ପ୍ରମାଣକୁ ଭିତ୍ତି କରି

ଇଣ୍ଡିଆନ ପେନାଲ କୋର୍ଡ

ଏତେ ଅନୁଯାୟୀ

ତମକୁ ଦୋଷୀ ପାଇ

ପ୍ଲୁଟୋ ରେ ନିର୍ବାସନ

ଦଣ୍ଡରେ ଦଣ୍ଡିତ କରା ଗଲା...


ହେ ବନ୍ଦ କର ଏସବୁ ଆଡ୍

ବନ୍ଦ କର ଟିଭି

ଦେଖିବାର ଅଛି ତ ଦେଖ ଶୁଣ

ଭକ୍ତି ଗୀତ କି ଜଣାଣ

ଦେଖ ଫୁଲ ଭରା ବଗିଚାରେ

ଗୁଣୁଗୁଣଉଥିବା ଭଅଁର କୁ

ଦେଖ ବାତ୍ସଲ୍ୟତା ଭରା ଫିଲ୍ମ ଟିଏ

ନହେଲେ ବନ୍ଦ କରିଦିଅ ଟିଭି

ଅବସର ଟେ ମିଳିଛି

ବହି ଟେ ଧରି ପଢ଼ ନା

ମଜ୍ଜିଯାଅ ତା' ଭିତରେ କିଛି କ୍ଷଣ

କବିତା ଗପ ଉପନ୍ୟାସ ହେଉ କି

ପିଲାଙ୍କ ଇତିହାସ ଭୂଗୋଳ

ଯାହା ପାରୁଛ ପଢ଼

ବେ ବଦଳରେ ରେ କହି ଦେଖ ନା

କେମିତି ନିଜ ଭିତରେ ଗୋଟେ

ଶୀତଳ ସୁନ୍ଦର ଅନୁଭଵ ଟେ ଆସିବ


କିଛି ସହଯୋଗ କରିଦିଅ

ଖାଦ୍ୟ କି ଅର୍ଥରେ

ଯାହାର ଆବଶ୍ୟକ ଅଛି

ଆତ୍ମା ଶୁଦ୍ଧ ହେଇଯିବ


ଏ ସମୟରେ

ନକାରାତ୍ମକ ଭାବନା ଠୁ ଦୁରେଇ

ସକାରାତ୍ମକ ଢଙ୍ଗରେ ଚାଲ

ଦେଖିବ କେମିତି

ଏ ଇମ୍ୟୁନିଟି ମିଟର ବଢ଼ିବ ଉପରକୁ

ବନ୍ଦ କରିଦିଅ ଟିଭି

କ'ଣ ମିଳିବ

ଏ ଶୁଖିଲା ନିରର୍ଥକ ଆଡ୍ ରୁ

ପରିବାର ସହ ବିତୁ କେଇଟା ମୁହୂର୍ତ୍ତ

ଆଉ ନିରୋଳା ରେ

ସାଥୀ କରି ନିଅ ବହି ଟେ କୁ...।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from jumarnath patra

ଶସ୍ତା

ଶସ୍ତା

1 min ପଢ଼ନ୍ତୁ

ଆଡ୍

ଆଡ୍

1 min ପଢ଼ନ୍ତୁ

Similar oriya poem from Drama