STORYMIRROR

jumarnath patra

Tragedy

3  

jumarnath patra

Tragedy

ଶସ୍ତା

ଶସ୍ତା

1 min
163


ସୁକୁସୁକୁ ହଉଚି ମଙ୍ଗୁଳି ବୁଢ଼ାଟା

ଦାନ ନେଇସାରିଲାଣି ଦିଇଥର

ସାଇ ପଡ଼ିଶାଙ୍କ ମୁହଁ ରେ

ଆହା କେତେ ପୀଡ଼େଇବ ପ୍ରଭୁ

ଡାକି ନିଅ ତମ ପାଖକୁ

ଘରଭିତରେ ଟୁପୁରୁ ଟାପୁରୁ

କେତେ କରିବୁ ଯେ

ଯାଉନି କି ଶାନ୍ତିରେ ରଖେଇ ଦଉନି

କେଇପଦ କାନରେ ପଡ଼େ ବୁଢ଼ାର

ପ ଫାଟିଲା ଆଗରୁ ନିସ୍ତେଜ

କେହି ଜାଣିଲେନି କି

ବୁଝିବାକୁ ଚେଷ୍ଟା କଲେନି ତା' ମନକଥା


ଘରର ଏକମାତ୍ର ପୋଷଣାହାରୀ ପୁଅ

ଆଖି ବୁଜିଲା ରାଜଧାନୀ ର ଘୋରଇ ହସ୍ପିଟାଲରେ

ଘର ପରିବାରକୁ ପଛରେ ଛାଡ଼ି ମହାମାରୀ ରେ

କେତେ ସତ କେତେ ମିଛ

ତା' ମୃତ୍ୟୁ ର କାରଣ ରହିଗଲା ଅଜଣା


ନୁଖୁରା ପିଲାଙ୍କ

 ହା ଅନ୍ନ ଚିତ୍କାରରେ ଅତିଷ୍ଠ ହେଇ

ପର ପାଇଟି ପନ୍ଥା ବନ୍ଦ ପରେ

ନରିଆ ବିଧବା ଟା ଯୁଆନ ବଅସ ରେ

ଡେଇଁ ପଡ଼ିଲା କେନାଲ କୁ


ନାଳୁଆରୁ ଅଳିଆ ଗଦାରୁ

ଭାତ ବାସି ଗନ୍ଧିଆ ଡାଲି ତରକାରୀ ରେ

ପେଟ ପୁରଉଥିବା ପାଗିଳୀ ଟା

ପଡ଼ିଛି ନାଳ କଡ଼ରେ ଦି'ଦିନ ହେଲା

କିଏ କେମିତି ସଂସ୍କାର କରିବ କେଜାଣି

ତା' ପୁଣି ଏ ଦ୍ରୋହ କାଳରେ


ପ୍ରତିପତ୍ତି ଘର ପୁଅ ଆଉରି

ନିଜର ଓ ପରିବାରର ନାଁ ଉଜ୍ଜ୍ୱଳ କରି

ସେବା ବାଦାନ୍ୟତା ଦେଖେଇ

ଆଖି ବୁଜିଲା ରାଇଜ ବାହାରେ

ଦାମୀ ହସ୍ପିଟାଲରେ

ପ୍ରବଳ ଗୁଣଗାନ

ଅଧୂରା ରହିଗଲା ବାକି ସପନ


ସମାଜ ପରିବାର ତାଡ଼ନାରେ

ଜୀବନର ସଜ୍ଞା ନବୁଝୁଣୁ

ଗାଁ ବରଗଛ ଡାଳରେ ଝୁଲିଗଲେ

ପ୍ରେମୀ ଯୁଗଳ କୁହାକୁହି ହେଇ...


ମନ ମୋ ଅବୁଝା

ସତରେ ଏଠି

ଜୀବନ ଶସ୍ତା...ନା ଶସ୍ତା ମୃତ୍ୟୁ ଟା !




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from jumarnath patra

ଶସ୍ତା

ଶସ୍ତା

1 min ପଢ଼ନ୍ତୁ

ଆଡ୍

ଆଡ୍

1 min ପଢ଼ନ୍ତୁ

Similar oriya poem from Tragedy