STORYMIRROR

Samar Ballav Bhoi

Abstract Drama Inspirational

3  

Samar Ballav Bhoi

Abstract Drama Inspirational

ଜୟ ମା ତାରାତାରିଣୀ

ଜୟ ମା ତାରାତାରିଣୀ

1 min
179


ହିନ୍ଦୁ ଧର୍ମର ବିଶ୍ୱାସ ଭରସାର 

ମାଆ ଶକ୍ତି-ସୂରୁପିଣୀ 

ଜୟ ମା ତାରାତାରିଣୀ

ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଅବସ୍ଥିତ ତୁମ

ଶକ୍ତି ପୀଠ ମାଆ ଭରସା ରାଣୀ

ତାରା ତାରିଣୀ ରୂପରେ ଦୁଇ ଭଉଣୀ

ପୂଜା ପାଆନ୍ତି ତୁମ ମୂର୍ତ୍ତି ଠାକୁରାଣୀ।।


ସତ୍ୟ ଯୁଗେ ଦକ୍ଷ ପ୍ରଜାପତିଙ୍କ 

କନ୍ୟା ସତୀ ଶିବଙ୍କୁ ବିବାହ

କରିଥିଲେ ନ ନେଇ ପିତାଙ୍କ ଅନୁମତି

ଏଥିପାଇଁ ଦକ୍ଷ ରାଜା କ୍ରୋଧିତ ହୋଇ 

ଡାକି ନ ଥିଲେ କରିଥିବା ଯଜ୍ଞସ୍ଥଳକୁ

ଏଥିରେ ଶିବ ହୋଇଣ କ୍ରୋଧିତ 

ଦକ୍ଷଙ୍କ ଶିର ଚ୍ଛେଦନ କରି ଧ୍ବଂସ କଲେ 

ରାଜାଙ୍କ ଯଜ୍ଞସ୍ଥଳ।।


ଏ ସବୁ ଜାଣି ବିଷ୍ଣୁ ଭଗବାନ 

ସୁଦର୍ଶନ ଚକ୍ରେ ଖଣ୍ଡ ବିଖଣ୍ଡିତ କରିଥିଲେ

ଶିବଙ୍କ କାନ୍ଧରେ ଥିବା ସତୀଙ୍କ ଶରୀର

ଏହି ଖଣ୍ଡ ବିଖଣ୍ଡିତ ଶରୀର ବିଛୁରିତ 

ଏକାବନ ଶକ୍ତିପୀଠ ହୋଇଥିଲା ଜନ୍ମ

ସତୀଙ୍କ ବକ୍ଷୋଜ ରୁ ତାରା ତାରିଣୀ

ଦୁଇ ଭଉଣୀ ହୋଇ ଥିଲେ ଜାତ

ଏଥିପାଇଁ ସେ ଜାଗାଟି ହୋଇଅଛି

ମା ତାରାତାରିଣୀ ଶକ୍ତି ପୀଠରେ ନାମିତ।।


ଯୁଗେ ଯୁଗେ ମା ତାରାତାରିଣୀ 

ଭକ୍ତର ମାନସିକ କରନ୍ତି ପୁରଣ

ଲୋକଙ୍କର ମନର ବିଶ୍ବାସ ଓ ଭାବନାର 

ଠାକୁରାଣୀ ମା ତାରାତାରିଣୀ

ତେର ଶହ ବାଉନ ପାହଚ ଚଢି

ଭକତଙ୍କର ଲାଗେ ଭିଡ଼

ଭକତଙ୍କର ମନସ୍କାମନା କରନ୍ତି ପୁରଣ

ମା ତାରାତାରିଣୀ।।


 


Rate this content
Log in

Similar oriya poem from Abstract