STORYMIRROR

Tapaswini DashSarangi

Abstract Drama Fantasy

3  

Tapaswini DashSarangi

Abstract Drama Fantasy

ବନ୍ଧକ ସ୍ଵପ୍ନ

ବନ୍ଧକ ସ୍ଵପ୍ନ

1 min
209

ରାତିର ଅନ୍ଧକାରର ଗାଢ଼ତା 

ବେଶୀ ହେଉଥିଲା ବେଳେ

ସ୍ଵପ୍ନର ନିବିଡ଼ତା ବି ନିମଗ୍ନ 

ହୋଇ ଚାଲିଥିଲା।

ନିଦର ବହଳତା ବି କମ୍ ନ'ଥିଲା 

ଆଖି ନିଦ ଓ ରାତି ଏମାନଙ୍କ ମଝିରେ

ଛନ୍ଦି ହୋଇଥିଲା କିଛି ଅଜଣା ସ୍ଵପ୍ନ।

ସମୟର ପ୍ରଖର ସୁଅକୁ

କିଛି କ୍ଷଣ ରୋକିବାକୁ ଚେଷ୍ଟା କରୁ କରୁ

ତା' ଅଜବ ସର୍ତ୍ତାବଳୀରେ

କିଛି ସ୍ଵପ୍ନ ବନ୍ଧକ ରଖିଥିଲି।

ସମୟ ତ ଚାଲିଗଲା ସେ ସ୍ଵପ୍ନ ନେଇ

ସୁଧର କଡା ଗଣ୍ଡାର ହିସାବ କରୁ କରୁ

ରାତି ପାହିଗଲା କିଛି ସ୍ଵପ୍ନ ଆଖିରେ

ରହିଗଲା ଆଉ କିଛି

ସ୍ମରଣହୀନ ହୋଇ କେଉଁଠି ଲୁଚିଗଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract