STORYMIRROR

Debabrata Mishra

Abstract Drama Inspirational

3  

Debabrata Mishra

Abstract Drama Inspirational

ତୁମ ଇଚ୍ଛା ପୂର୍ଣ୍ଣ ହେଉ

ତୁମ ଇଚ୍ଛା ପୂର୍ଣ୍ଣ ହେଉ

1 min
242


ତପୀ ଝରାଉଛି ଲୁହ ଝରାଉଥାଉ

ପାପୀ ଦିଏ ଦୁଃଖ ସେ ଦେଉଥାଉ

ତୁମେ ପରା କୁହ ଏ ତ କରମ ଫଳ

ପ୍ରଭୁ ହେ ତୁମ ଇଚ୍ଛା ପୂର୍ଣ୍ଣ ହେଉ, .........(୧) 


ପ୍ରକୃତି କାନ୍ଦୁଛି ଜଙ୍ଗଲ ଜଳି ତ ଯାଉ

ନଦୀ ଶୁଖି ସମୁଦ୍ରେ ସୁନାମି ହେଉ

ପ୍ରତି କ୍ଷଣେ କାନ୍ଦେ ପକ୍ଷୀ ସେ କାନ୍ଦୁଥାଉ

ପ୍ରଭୁ ହେ ତୁମ ଇଚ୍ଛା ପୂର୍ଣ୍ଣ ହେଉ, ..........(୨) 


ଅଧର୍ମ ଜିତି ଧରମ ହାରି ତ ଯାଉ

ମିଥ୍ଯା ମୁଣ୍ଡ ଟେକି ସତ ନଇଁଯାଉ

ଅନ୍ୟାୟ ଅବିଚାରର ସଂସାର ହେଉ

ପ୍ରଭୁ ହେ ତୁମ ଇଚ୍ଛା ପୂର୍ଣ୍ଣ ହେଉ, ...........(୩) 


ଶାସନର ହୀନନୀତି ପ୍ରଂଶସା ପାଉ

ସୁସ୍ଥ ଗଣତନ୍ତ୍ର ଏଠି ଚୁଲିକୁ ଯାଉ

ଅଳସୁଆ କାରଖାନା ନିର୍ମାଣ ହେଉ

ପ୍ରଭୁ ହେ ତୁମ ଇଚ୍ଛା ପୂର୍ଣ୍ଣ ହେଉ, ...........(୪) 


ସ୍ୱାଭିମାନ ବିବେକ ର ହତ୍ଯା ତ ହେଉ

ମାଗିଖିଆ ଓ ମାଗଣା ଦେଶକୁ ଖାଉ

ସବୁ ପରା କର୍ମଫଳ କଥା ତୁମରି ହେଉ

ପ୍ରଭୁ ହେ ତୁମ ଇଚ୍ଛା ପୂର୍ଣ୍ଣ ହେଉ, ...........(୫) 


ବଡ଼ବଡ଼ିଆଙ୍କ କଥାରେ ଶାସନ ହେଉ

ଶିକ୍ଷିତର ଏଠି ଜୀବନ୍ତ ମରଣ ହେଉ

ଆମପେଟ କାଟି ତୁମକୁ ଲାଞ୍ଚ ଦିଆଯାଉ

ପ୍ରଭୁ ହେ ତୁମ ଇଚ୍ଛା ପୂର୍ଣ୍ଣ ହେଉ, ............(୬)


ହାତେ ନୁହଁ ମରଣ ଏଠି ଭାତରେ ହେଉ

ଭାଗ୍ୟ ନିନ୍ଦି ଅସହାୟ ଏମିତି କାନ୍ଦୁଥାଉ

ବିରୋଧର ଶକ୍ତି ଯେତେ ନାଶ ତ ଯାଉ

ପ୍ରଭୁ ହେ ତୁମ ଇଚ୍ଛା ପୂର୍ଣ୍ଣ ହେଉ, .............(୭)


ଦେହ ବିକି ମଣିଷ ଏଠି ଧନୀକ ହେଉ

ମନ ଚିହ୍ନିବାକୁ କେହି ଜନ୍ମ ନ ନେଉ

ଅତ୍ୟାଚାର ସହି ସହି ଜୀବନ ଯାଉ

ପ୍ରଭୁ ହେ ତୁମ ଇଚ୍ଛା ପୂର୍ଣ୍ଣ ହେଉ, ............. (୮)


ଯନ୍ତ୍ରଣାରେ ଦିନକଟେ ରାତି ଲୁହରେ ଶୋଉ

ଯାହା ଲେଖା କପାଳେ ତାହା ତ ହେଉ

ତଥାପି ତୁମ ମନ୍ଦିର ପ୍ରଭୁ କାହିଁକି ଯାଉ

ପ୍ରଭୁ ହେ ତୁମ ଇଚ୍ଛା ପୂର୍ଣ୍ଣ ହେଉ, ......... (୯) 


ତୁମବିନା ମଣିଷ ଦୁଃଖ ଆଉ କାହାକୁ କହୁ

କାଠର ଠାକୁରଙ୍କ ମହିମା ଏମିତି ରହୁ

ମୁର୍ଖ ମଣିଷ ମୁଁ ଅବୁଝା ଦୟା ତୁମରି ହେଉ

ପ୍ରଭୁ ହେ ତୁମ ଇଚ୍ଛା ପୂର୍ଣ୍ଣ ହେଉ........ (୧୦) 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract