ମଧୁର ବାଣୀ
ମଧୁର ବାଣୀ
ରକତ କହେନା କିଏ କାହାର ,
ମନ ସିନା ଜାଣେ ଆପଣା ପର।
ଆପଣା ବୋଲେ ଲାଗେ ହରସ ,
ଅପସରି ଯାଏ ସବୁ ନିରାସ।
ଆପଣା ପର କିଛି ନ ମନାସି,
କଥା କହି ଦେବ ହସି ହସି।
ହସି କହି ଦେବ କଥାଏ ସାର ,
କହି ଜାଣିଲେ ପର ବି ନିଜର।
ମଧୁର ବଚନ ବୋଲିଏ ଜାଣ,
ସତ୍ରୁ ବି ମିତ୍ର ହୁଏ ଅଛି ପ୍ରମାଣ।
ନିଜର ମନ ମଧୁର ପାଣି ,
ପାଦ ପକାଉଥିବ ମନକୁ ଜାଣି।
ଯେମିତି କଲେ ସେମିତି ହେବ,
ମଧୁର ବଚନେ ମନ କିଣିବ।
ମହୁଠୁ ମିଠା ମଧୁର କଥା ,
ଅପସରି ଯାଏ ସଂଶାର ବ୍ଯଥା।
କଥାରେ ବ୍ୟଥା କରିବ ଦୁର,
ଜନମନ ମୋହିବ କହି ବଚନ ମଧୁର।
ମନେ ରଖି ଥବ ସଦା ଆହେ ଶୁଜନେ ,
ସଂଶାର ମନ ମୋହିବ ବିନୟ ବଚନେ।