ଲକ୍ଷ
ଲକ୍ଷ
ଦଦଡା ଖଦଡା ପଥରେ ହନ୍ଦାଳି ହୋଇ
ଚାଲି ଯିବାକୁ ହୁଏ,
ଆଖିିରେ ଖାଲି ଗୋଟିଏ
ଦିଗହରା ନିରାଶର ଛାୟା ଦେଖା ଦିଏ ।
ଜାଣେ ନାହିଁ ବେଳ ଅବା କାଳ
କେତେ ବେଳେ କେଉଁଠି
ଆଶ୍ରୟ ନିିିଏ,
ଦିନ ଦି ପହରରେ ପଥଶ୍ରମ ହେଲେ
ବିଚଳିତ ହୋଇ ଉଠି ଯାଏ ହଠାତ୍
ଚମକି ।
ପୁଣି ଚାଲେ ସେହି ଦଦଡା ଖଦଡା ପଥରେ
ଆବୁୁଡୁ ଖାବୁଡୁ ହୋଇ,
କାଳେ ନ ଗଲେ ପାଇବନି
ତାର ଲକ୍ଷ୍ୟ ।