STORYMIRROR

Debabrata Mishra

Abstract Action Inspirational

4  

Debabrata Mishra

Abstract Action Inspirational

ଅଯୋଗ୍ୟ ପୁତ୍ର

ଅଯୋଗ୍ୟ ପୁତ୍ର

1 min
10

****#ଅଯୋଗ୍ୟ_ପୁତ୍ର****

°°°°°°°°°°°°°°°°°°°°°°°°


ନା ତୋର ନେଇପାରୁଛି ଦୁଃଖ 

ନା ତୋର ପୋଛିପାରୁଛି ଲୁହ 

ନା ତୋତେ ଦେଇପାରୁଛି ସୁଖ

ନା ତୋର ଭାଙ୍ଗିପାରୁଛି କୋହ


    ବୋଉ ଲୋ ସେ ପାପୀ ସେ ପାଗଳ

    ସେ ଦୋଷୀ ସେ ଅମଣିଷ ଅଦରକାରୀ ଯନ୍ତ୍ର

    ସେ ଆଉ କେହି ନୁହେଁ ଲୋ ବୋଉ ତୋର  ଅଯୋଗ୍ୟ ପୁତ୍ର ତୋର କୁଳାଙ୍ଗାର ଅଯୋଗ୍ୟ ପୁତ୍ର,


ନା ତୋର ଦୂର କରୁଛି ମନର ବ୍ୟଥା

ନା ତୋର ଶତପ୍ରତିଶତ ମାନୁଛି କଥା

ନା ଓଠରେ ତୋର ଦେଉଛି ସତ ହସ

ନା ସଂସାରେ ତୋର ଉଚ୍ଚା କରିପାରୁଛି ମଥା


    ବୋଉ ଲୋ ସେ ମୁର୍ଖ ତୁଚ୍ଛ ମଣିଷଟିଏ

    ସେ ବ୍ୟର୍ଥ ପ୍ରାଣୀଟିଏ ଏ ସଂସାରରେ 

    ସେ ଆଉ କେହି ନୁହେଁ ତୋର ଅକର୍ମା ସନ୍ତାନ 

    ଅଯୋଗ୍ୟ ମଣିଷଟେ ସେ ତୋର ଅଯୋଗ୍ୟ ପୁତ୍ର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract