STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

କାଳିଆ ସାଆନ୍ତ

କାଳିଆ ସାଆନ୍ତ

1 min
10


ସତରେ କାଳିଆ ସାଆନ୍ତ

    କେଡେ ସୁନ୍ଦର ଡିଶ

ରଥରେ ଥାଇଣ ଦେଖିଲେ

     ତୁମ ମୁରୁକି ହସ।

ଭୁଲିଛି ଜୀବନେ ଦୁଃଖକୁ

     ଦେଖି ତୁମରି ନେତ

ଉଡ଼ଇ ମନ୍ଦିର ଚୁଡ଼ାରେ

     ଯୁଗ ଯୁଗକୁ ସେତ।

ତୁମରି ସଂସ୍କାର ଶିଖାଏ

      ନାହିଁ ଜାତିର ଭେଦ

ସବୁରି ଉପରେ ରହିଛି

      ଆହା ମାନବ ବାଡ।

ସଂସାର ବିଷମ ଜଞ୍ଜାଳ

      ମୁଞ୍ଚେ ତୁମ ନାମରେ

ସରବେ ଡାକନ୍ତି ଶ୍ରଦ୍ଧାରେ

      ମୋର କଳା ଚାନ୍ଦରେ।

ସମୟ ଯାଉଛି ବହିଣ

      ସରି ଆସେ ଆୟୁଷ

ମରଣ କାଳରେ ତୁଣ୍ଡରେ

      ଥାଉ ଭକ୍ତି ପୀୟୂଷ।

ଏତିକି ପ୍ରାର୍ଥନା କରେ ହେ

      ପ୍ରଭୁ କଳା ବଦନ

ସମସ୍ତେ ରୁହନ୍ତୁ ସୁଖରେ

     ଦିଅ ଦିବ୍ୟ ଜୀବନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action