କାଳିଆ ସାଆନ୍ତ
କାଳିଆ ସାଆନ୍ତ
ସତରେ କାଳିଆ ସାଆନ୍ତ
କେଡେ ସୁନ୍ଦର ଡିଶ
ରଥରେ ଥାଇଣ ଦେଖିଲେ
ତୁମ ମୁରୁକି ହସ।
ଭୁଲିଛି ଜୀବନେ ଦୁଃଖକୁ
ଦେଖି ତୁମରି ନେତ
ଉଡ଼ଇ ମନ୍ଦିର ଚୁଡ଼ାରେ
ଯୁଗ ଯୁଗକୁ ସେତ।
ତୁମରି ସଂସ୍କାର ଶିଖାଏ
ନାହିଁ ଜାତିର ଭେଦ
ସବୁରି ଉପରେ ରହିଛି
ଆହା ମାନବ ବାଡ।
ସଂସାର ବିଷମ ଜଞ୍ଜାଳ
ମୁଞ୍ଚେ ତୁମ ନାମରେ
ସରବେ ଡାକନ୍ତି ଶ୍ରଦ୍ଧାରେ
ମୋର କଳା ଚାନ୍ଦରେ।
ସମୟ ଯାଉଛି ବହିଣ
ସରି ଆସେ ଆୟୁଷ
ମରଣ କାଳରେ ତୁଣ୍ଡରେ
ଥାଉ ଭକ୍ତି ପୀୟୂଷ।
ଏତିକି ପ୍ରାର୍ଥନା କରେ ହେ
ପ୍ରଭୁ କଳା ବଦନ
ସମସ୍ତେ ରୁହନ୍ତୁ ସୁଖରେ
ଦିଅ ଦିବ୍ୟ ଜୀବନ।
